ଭଞ୍ଜନଗର,(ବବି ରଥ):-
ଙ୍କ ରିପୋର୍ଟ. ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତଥା ଭାବି ଘୁମୁସର ଜିଲ୍ଲା ରେ ପାଳିତ ହେଲା ବହୁ ବାଦ ବିବାଦ ଭିତରେ ପ୍ରଥମ ଥର ପାଇଁ ଏବର୍ଷ ର ଘୁମୁସର ଗୌରବ ଦିବସ ର ପ୍ରଥମ ଐତିହାସିକ ମୁହୂର୍ତ୍ତ. ଏହା ର ପ୍ରଥମ ମୁଖ ସାକ୍ଷୀ ରେ ଇତିହାସ ର ସ୍ୱର୍ଣ୍ଣିମ ଅଧ୍ୟାୟ ରେ ଯୋଡି ହେଲେ ଏହି ମାଟି ର ଗର୍ବଗୌରବ ମିଳିତ କ୍ରିୟାନୁଷ୍ଠାନ ର ମୂଖ୍ୟ ଶ୍ରୀଯୁକ୍ତ ସୋମନାଥ ନାୟକ, ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦୂନ୍ନ କୁମାର ନାୟକ, ସୋରଡ଼ା ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ ଙ୍କ ସହ ଘୁମୁସର ମାଟିସହିତ ଜଡିତ ଥିବା ବହୁ ମାନ୍ୟଗଣ୍ୟ ବ୍ୟକ୍ତିଗଣ. ସ୍ଥାନୀୟ ପ୍ରଶାସନ ସହିତ ସାମ୍ବାଦିକ ବନ୍ଧୁ ମାନଙ୍କ ଭୂମିକା ମଧ୍ୟ୍ୟ ଚିରଶ୍ୱରଣୀୟ. ପ୍ରାତଃ ସମୟ ରେ ଭଞ୍ଜଙ୍କ ଇଷ୍ଟଦେଵୀ କୁଲାଡ଼ ଗଡ଼ରୁ ମଶାଲ ଶୋଭାଯାତ୍ରା ସହ RMC ହଲ ଠାରେ ସମସ୍ତ ଘୁମୁସରୀୟା ବୁଦ୍ଧିଜୀବୀ ଙ୍କ ମହଲ ରେ କାର୍ଯ୍ୟକ୍ରମ ଆରମ୍ଭ ସହ ସ୍ଥାନୀୟ ଜାତୀୟ /ଅନ୍ତର୍ଜାତୀୟ କଳାକାର ମାନଙ୍କୁ ନେଇ କଳା ପ୍ରଦର୍ଶନ ସହ ସମ୍ନାନିତ କାର୍ଯ୍ୟକ୍ରମ ସବୁ କରାଗଲା. ନିଷ୍ପତିକ୍ରମେ ପ୍ରତେକ ବର୍ଷ ଏଭଳି ଘୁମୁସର ଦିବସ ସେପ୍ଟେମ୍ବର 11 ତାରିଖରେ ପାଳନ କରିବା ପାଇଁ ସର୍ବସମ୍ମତି ରେ ଗୃହୀତ ହେଲା.