ଭିନ୍ନକ୍ଷମ ଅଧିକାର ଆଇନ ସଚେତନା କାର୍ଯ୍ୟକର୍ମ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଶଶି ଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ଭିନ୍ନକ୍ଷମ ଅଧିକାର ଆଇନ ସମ୍ପର୍କିତ ଏକ ସଚେତନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଓ ସୁବିଧା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଗଣ୍ୟମାନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି।ମୁଖ୍ୟ ଅତିଥି ଭାବେ ରାଜ୍ୟ ଦିବ୍ୟଙ୍ଗ କମିଶନର ଅଧ୍ୟକ୍ଷା ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବ୍ରବତି ହରିଚନ୍ଦନ ଯୋଗଦାନ କରି ଆଇନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା. ଚିତ୍ତରଞ୍ଜନ ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ପାଢ଼ୀ ସ୍ୱାଗତ ଭାଷଣ ରଖିଥିଲେ। ଏହା ସହ ଏଡିଏମ ଦେବଦତ୍ତ ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସାହୁ ଏବଂ ଜାତୀୟ ସମାଜ କଲ୍ୟାଣ ବିଭାଗର ପୂର୍ବତନ ସହ ନିର୍ଦ୍ଦେଶକ ରାଜ କୁମାର ଶର୍ମା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଅଂଶଗ୍ରହଣ କରିଥିବା ଆଠଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଭିନ୍ନକ୍ଷମ ଅଧିକାର ଆଇନ ସମ୍ପର୍କରେ ସେମାନଙ୍କର ଜ୍ଞାନ ପ୍ରଦର୍ଶନ କରିଥିଲେ। ବିଜେତାମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

You might also like
error: Content is protected !!