କାଳକ୍ରମେ ଲୁପ୍ତ ହୋଇଯିବ କି ପକ୍ଷୀ ଵଂଶ ? ଦାଣ୍ଡରେ ଶୁଭୁନି ଆଉ କା’କା ‘ ଶବ୍ଦ::ପ୍ରତିକାର ଲୋଡ଼ା 

ନୟାଗଡ,(ପ୍ରଭାକର ଶିରୋମଣି)

କଣ୍ଟିଲୋ ପୃଷ୍ଠା ୧   ପରିବର୍ତ୍ତନ ଶୀଳ ଦୁନିଆଁରେ ଜଗତ କର୍ତ୍ତା ଙ୍କ ଇଛାରେ କ୍ରମଶଃ ବଦଳିବାରେ ଲାଗିଛି l ତଥାପି ଆଜିର ସମାଜ ଏ ବିଷୟରେ ଚିନ୍ତା ବି କରୁନି l ଯଦି ଆମେ ଅତୀତକୁ ମନେପକାଇବା ଆମ ଘର ଚତୁର୍ପାଶ୍ୱ ରେ ଆଉ ଘର ଚଟିଆ ଟିଏ ଦେଖିବେନି l ସେତେବେଳେ ସେମାନେ ଘର ଚାଳ ଉପରେ ବସି କିଚିରି ମିଚିରି ଶବ୍ଦ କରି ଉଡି ଯାଉଥିଲେ ଓ ପୁଣି ବସୁଥିଲେ l ଗାଁ ଦାଣ୍ଡ ହସି ଉଠୁଥିଲା ସେତେବେଳେ l ଏବେ ଚାଳ ଘର ସବୁ କୋଠା ଘର ହୋଇ ଯିବାରୁ ଆଉ ଘରଚଟିଆ ଙ୍କ ଦେଖା ମିଳୁନି l ବାଇଚଢେଇ କୁଆଡେ ଲୁଚି ଗଲେଣି l ତାଳ ଗଛ, ଖଜୁରୀ ଗଛ ଓ ନଡ଼ିଆ ବାହୁଙ୍ଗl ସେ ମାନଙ୍କ ସୁନ୍ଦର ବସାର ଜାଲି ଆଜି ସାତ ସପନ ହୋଇଗଲାଣି l ଗଛ ଡାଳରେ ଓହଳି ଥିବା ବସାରେ ବାହାରକୁ ମୁହଁ ଦେଖେଇ ବାଈ ଚଢେଇ ଝୁଲୁ ଥିଲା ବେଳେ ପିଲାଦିନର କଥା ମନେ ପଡେ l ” ବାଈ ଚଢେଇରେ ବାଈ ଚଢେଇ, ବାଆ କଲେ ବସା ଦୋହଲୁ ଥାଇ ” l                ପିଲା ଦିନେ ଶୁଆ ସାରି ମାନଙ୍କୁ ଆଣି ଘରେ ଲୁହା ପଞ୍ଜୁରୀ ମାନଙ୍କରେ ରଖି ସେମାନଙ୍କୁ ” ଚକ୍ରଧର ପକ୍ଷୀ ଜନମରୁ ପାରିକର ” ଶିଖାଉଥିବା ଯୁଗ ଆଜି ବଦଳି ଗଲାଣି l ଶୀତ ଦିନେ ପାଖ ଜଙ୍ଗଲ ରୁ ମୁଣ୍ଡରେ ସୁନ୍ଦର ଚୁଳ ଥିବା ପାଟ ଚଢେଇ କାଣ୍ଡିଆ ଅଠା ରେ. ଧରି ଆଣି ଦୁଆର ମାନଙ୍କରେ ରଖି ଦୁଇଟି ପକ୍ଷୀ ଙ୍କ ଭିତରେ ଲଢେ଼ଇ ଲଗାଇ ମଉଜ ଦେଖୁଥିବା ପରିବାର ମୁଖ୍ୟ ଆଜି ଆଉ ନଥିଲା ବେଳେ ପରବର୍ତ୍ତୀ ପୀଢ଼ି ସେ ଦୃଶ୍ୟକୁ ଆଜି ଯାଏ ପାଶୋରି ନାହାନ୍ତି l ଏହି ପରିବେଶ ରେ ଗାଁ ଦାଣ୍ଡରେ ଆଉ ଶୁଭୁନି କାଉ ମାନଙ୍କର କା’ କା’ ଶବ୍ଦ l ସକାଳ ପାଇବା ପୂର୍ବରୁ ଗ୍ରାମ ମାନଙ୍କରେ ଘରର ଚାଳଉପରେ ଓ ପାଖରେ ଥିବା ଗଛ ଉପରେ ବସି  ରାବି ଦେଉଥିଲା ବେଳେ ମାଆ ପିଲାମାନଙ୍କୁ ଶେଯରୁ ଉଠାଇ ଦେଇ କହୁଥିଲେ ଧନରେ., ସକାଳ ପାହିଲାଣି, କାଉ ରାବିଲାଣି, ଉଠିପଡ, ଉଠିପଡ, ଚା ଟଶାଳୀ. ଯିବୁ ବୋଲି ଡାକୁଥିବା ସ୍ନେହ ବୋଳା ଡାକ ଆଉ ଶୁଭୁ ନାହିଁ. l ପୂର୍ବ ପରି ଦଳ ଦଳ କାଉ ଜନସାଧାରଣ ଙ୍କୁ “କାକା ” ରାବ ଦେଇ ଅସ୍ତ ବ୍ୟସ୍ତ କରି ଦେଉଥିବା ବେଳେ କ୍ରମଶଃ କାଉ ବଂଶ ଲୋପ ପାଉଥିବାରୁ କାଳକ୍ରମେ ଭଦ ଳିଆ ପକ୍ଷୀ ପରି ଇତିହାସ ପାଲଟି ଯିବାର ଆଶଙ୍କା           କଣ୍ଟିଲୋ ପୃଷ୍ଠା ୨    ଅପର ପକ୍ଷରେ ଶଙ୍ଖ ଚିଲ ଓ ଚିଲ ଅତୀତରେ ଏକାଠି ହୋଇ ଗ୍ରାମ୍ୟ ଆକାଶରେ ଚକର କାଟୁଥିଲା ବେଳେ ବର୍ତ୍ତମାନ ଶାଗୁଣା ବଂଶ ବିଲୁପ୍ତ ହେବାରେ ଲାଗିଛି l ଆଉ କିଛିଦିନ ପରେ ଶାଗୁଣା ନାମଟି ଇତିହାସ ପାଲଟି ଯିବା ପରି ଅନୁମାନ କରାଯାଉଛି l ଏକଦା ଗ୍ରାମାଞ୍ଚଳ ମାନଙ୍କର ପରିବେ ଶ ବିଭିନ୍ନ ପ୍ରଜାତିର ପକ୍ଷୀ ମାନଙ୍କ କୋଳାହଳରେ ବାସି ମଡ଼ା ଓ ବର୍ଜ୍ୟ ଵସ୍ତୁ ଆଦି ସଫା ହେଉଥିଲା କିନ୍ତୁ ଆଜି ସେ ସବୁ ଶୁନ୍ୟ ହୋଇ ଯାଇଛି ଯେପରି l           ଅପର ପକ୍ଷରେ ଗ୍ରାମାଞ୍ଚଳର ଖୋଲା ପଡିଆ ମାନଙ୍କରେ ବୁଲୁଥିବା ଗାଈ ଗୋରୁଙ୍କ ପଛରେ ଖାଦ୍ୟ ସଂଗ୍ରହ ପାଇଁ ବୁଲୁଥିବା ଧଳା ବଗ ଆଉ ଦେଖିବାକୁ ମିଳୁନି l ସେମାନେ ଦଳ ଦଳ ହୋଇ ଆକାଶ ମାର୍ଗରେ ଉଡି ଯାଉଥିବାର ଦୃଶ୍ୟ ଆଉ ଦେଖିବାକୁ ମିଳୁନି l ଗାଁ ଗହଳିରେ ଘର ଚଟିଆ ଓ ପାରା ଗାଁ ଦାଣ୍ଡକୁ ଗହଳ ଚହଳ କରି ଖୁଦ ଖୁଣ୍ଟି ଖୁଣ୍ଟି ଦଳ ଦଳ ହୋଇ ଉଡୁଥିବା ଦୃଶ୍ୟ ଆଉ ଦେଖିବାକୁ ମିଳୁନି l ଘରୁ ବାହାରିବା ସମୟରେ ଭଦଭଦଳିଆ ପକ୍ଷୀ ଦେଖି ଶୁଭ ଚିନ୍ତା କରୁଥିଲା ବେଳେ ସେ ପକ୍ଷୀ କେତେବେଳ କେମିତି ଗୋଟିଏ ଯୋଡିଏ ଦେଖିବାକୁ ମିଳୁଛି l ପ୍ରାକୃତିକ ବିପର୍ଯ୍ୟୟ କାରଣ ରୁ ହେଉ କିମ୍ବା ଅନ୍ୟ କୌଣସି କାରଣ ରୁ ହେଉ କ୍ରମଶଃ ପକ୍ଷୀ ବଂଶ ଲୋପ ପାଇବାକୁ ଯାଉଥିଲା ବେଳେ ସୁସ୍ଥ ପରିବେଶ ପାଇଁ ଜନ ସଚେତନତା ସୃଷ୍ଟି କରିବାକୁ  ରାଜ୍ୟ ସରକାର ଙ୍କ ପ୍ରମୁଖ ପରିବେଶବିତ ମାନେ ଚିନ୍ତା କରିବାର ସମୟ ଆସିଛି ନଚେତ ଆଗାମୀ ଦିନରେ ବର୍ତ୍ତମାନର ପକ୍ଷୀ ସମାଜ ବିଲୁପ୍ତ ହୋଇ ଯିବ ଏଥିରେ ସନ୍ଦେହ ନାହିଁ l            …………………….

Smart Computer Ad
You might also like
error: Content is protected !!