ବ୍ରହ୍ମପୁର,(ବିଚିତ୍ର ସାହୁ):-
ପବିତ୍ର ଗୁରୁଦିବସ ଅବସରରେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଂଘ ପକ୍ଷରୁ ଆୟୋଜିତ 4ର୍ଥ ଟିଚର୍ସ କପ୍ ହ୍ୟାଣ୍ଡବଲ ଟୁର୍ଣ୍ଣ।ମେଣ୍ଟ ଉଦ୍ଯାପିତ ହୋଇଯାଇଛି। ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଖେଳପଡିଆରେ ଆୟୋଜିତ ଏହି ଟୁର୍ଣ୍ଣମେଣ୍ଟରେ ବାଳକ ବିଭାଗରେ 6ଟି ଓ ବାଳିକା ବିଭାଗରେ 4ଟି ଏହିଭଳି ମୋଟ 10ଟି ଦଳ ଅଂଶଗ୍ରହଣ କରିଥିଲେ। ଉଦ୍ଯାପନୀ ଦିବସରେ ଅନୁଷ୍ଠିତ ଉଭୟ ବାଳିକା ଓ ବାଳକ ବର୍ଗର ଫାଇନାଲ ମ୍ୟାଚ ଯଥାକ୍ରମେ ଥଣ୍ଡର ବୋଲ୍ଟ ଓ ଗୋଲଡେନ ଗାର୍ଲ ଏବଂ ବ୍ରହ୍ମପୁର ଆଇରନ୍ ମ୍ୟାନ ଓ ପାନ୍ଥର୍ସ ଦଳ ମଧ୍ୟରେ ମୁକାବିଲା ହୋଇଥିଲା। ଉଭୟ ଫାଇନାଲ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିବା ବେଳେ ବାଳକ ବିଭାଗରେ ପାନ୍ଥର୍ସ ଦଳକୁ ଗୋଟିଏ ଗୋଲ ବ୍ୟବଧାନରେ ପରାସ୍ତ କରି ବ୍ରହ୍ମପୁର ଆଇରନ ମ୍ୟାନ ଦଳ ଚାମ୍ପିଆନ ହୋଇଥିଲା। ସେହିଭଳି ବାଳିକା ବିଭାଗ ଫାଇନାଲରେ ଗୋଲଡେନ ଗାର୍ଲ ଦଳକୁ ପରାସ୍ତ କରି ଥଣ୍ଡର ବୋଲ୍ଟ ଦଳ ଚାମ୍ପିଆନ ହୋଇଥିଲା। ପବିତ୍ର ଗୁରୁଦିବସ ଅବସରରେ ଖେଳାଳୀ ଓ ପ୍ରଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଓ ଏହାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଂଘ ପକ୍ଷରୁ କ୍ରମାଗତ ଭାବେ 4ର୍ଥ ବର୍ଷ ପାଇଁ ଏଭଳି ସିଚର୍ସ କପ୍ ଟୁର୍ଣ୍ଣ।ମେଣ୍ଟର ଆୟୋଜନ କରାଯାଉଛି। ଉଦ୍ଯାପନୀ ଉତ୍ସବରେ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ରନର୍ସଅପ୍ ଓ ଚାମ୍ପିଆନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ ସଂଘ ପକ୍ଷରୁ ଶ୍ରେଷ୍ଠ ସଙ୍ଗଠକ ଭାବେ ଜାତୀୟ ଖେଳାଳୀ ଅବିନାଶ ମାଢୀଙ୍କ ସମେତ ଯୁବ ଆଇନଜୀବୀ ସୂର୍ଯ୍ୟନାରାୟଣ ଚୌଧୁରୀ ଓ ଡାକ୍ତର ଦେବଜାନୀ ଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ଖଲ୍ଲିକୋଟ ମହାବିଦ୍ୟାଳୟର ପୂର୍ବତନ କ୍ରୀଡା ସମ୍ପାଦକ ଚନ୍ଦ୍ରମଣି ଘଡେଇଙ୍କୁ ମଧ୍ୟ ସଂଘ ପକ୍ଷରୁ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଟୁର୍ଣ୍ଣ।ମେଣ୍ଟର ବାଳିକା ବିଭାଗରେ ଶ୍ରେଷ୍ଠ ଖେଳାଳୀ ଭାବେ ବର୍ଷ। ବେହେରା, ଶ୍ରେଷ୍ଠ ଗୋଲ ରକ୍ଷକ ଭାବେ ସଞ୍ଜନା ସ୍ଵାଇଁ ଓ ଏମର୍ଜିଂ ଖେଳାଳୀ ଭାବେ ଥାଜାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ବାଳକ ବିଭାଗରେ ଅକ୍ଷୟ ପୁଜାରୀଙ୍କୁ ଶ୍ରେଷ୍ଠ ଖେଳାଳୀ, ଇଶ୍ବର ରାଓଙ୍କୁ ଶ୍ରେଷ୍ଠ ଗୋଲରକ୍ଷକ, ଏକର୍ଜିଂ ଖୋଳୀ ଭାବେ ବିଶାଲ ବାରିକ ଓ ରାଇଜିଂ ଷ୍ଟାର ଭାବେ ଉଜ୍ଜ୍ବଳ ସ୍ଵାଇଁଙ୍କୁ ମେୟର ସଂଘମିତ୍ରା ଦଳେଇ ଓ ଅନ୍ୟ ଅତିଥିମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆୟୋଜକ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଂଘର କାର୍ଯ୍ୟକାରୀ ସଭାପତି ତଥା ବିଧାୟକଙ୍କ ପ୍ରତିନିଧି ଅଶୋକ କୁମାର ଶୁକ୍ଳ, ସମ୍ପାଦକ ସୁରେଶ ଚନ୍ଦ୍ର ପାଢୀ, ସାଙ୍ଗଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ, ଉପ ସଭାପତି ରାଜେଶ କୁମାର ସାହୁ, କୋଷାଧ୍ୟକ୍ଷ ଡାକ୍ତର ମନୋଜ ପାତ୍ରଙ୍କ ସମେତ ଏନଆଇଏସ କୋଚ ପ୍ରଶାନ୍ତ କୁମାର ରଥ ମଞ୍ଚାସିନ ଥିଲେ। ଏହି ଟୁର୍ଣ୍ଣ।ମେଣ୍ଟର ସଫଳ ଆୟୋଜନରେ ଜିଲ୍ଲାର ସମସ୍ତ ବରିଷ୍ଠ ଖେଳାଳୀ ଓ ଅଭିଭାବକଙ୍କ ସମର୍ଥନ ଓ ସହଯୋଗ ରାହିଥିଲା।
