ଗୁରୁଦିବସ ସମାରୋହ

ଭୁବନେଶ୍ୱର,(ଏସ.ଏମ.ପି):-

ପବିତ୍ର ଗୁରୁଦିବସ ତଥା ଭାରତର ମହାନ ଦାର୍ଶନିକ ତଥା ପ୍ରାକ୍ତନ ରାଷ୍ଟ୍ରପତି ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ “ଗୁରୁପୂଜା କମିଟି, ମାହାଙ୍ଗା ନିଶ୍ଚିନ୍ତକୋଇଲି” ଆନୁକୁଲ୍ୟରେ ମାହାଙ୍ଗା ବ୍ଲକ କୁଆଁପାଳା ସ୍ଥିତ ପ୍ରତିଭା ଭବନ ପରିସରରେ ପାଳନ ଅବସରରେ ମୁଖ୍ୟବକ୍ତା ଭାବେ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗାର ସଂସ୍କୃତି ପୁରୁଷ ଶ୍ରୀଯୁକ୍ତ ପ୍ରତାପ ଜେନା, ମୁଖ୍ୟଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବ୍ରହ୍ମର୍ଷି ସମ୍ମାନ ପୂର୍ବତନ କୁଳପତି, ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ, ତିରୁପତି ଡ଼ଃ ହରେକୃଷ୍ଣ ଶତପଥୀ ଏବଂ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦେଇ ସେବା ନିବୃତ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକା ମାନଙ୍କୁ ଯଥାବିଧି ସମ୍ମାନ ପ୍ରଦର୍ଶନ ପୂର୍ବକ ଗୁରୁ ପୂଜନ ଏବଂ ସମ୍ୱର୍ଦ୍ଧନା କରାଯିବା ସହିତ ଏକ ସଭ୍ୟ ସମାଜ ଗଠନ ଦିଗରେ ଗୁରୁ ମାନଙ୍କର ଭୂମିକା କିଭଳି ଗୁରୁତ୍ୱପୂର୍ଣ୍ଣ ତାହା ବର୍ଣ୍ଣନା କରିଛନ୍ତି।।**#TeachersDay*

Smart Computer Ad
You might also like
error: Content is protected !!