ବାଲିଗୁଡା ,୦୧/୦୯( ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର କୁମାର ପାଣିଗ୍ରାହୀ (୭୫ ) ଙ୍କ ଆଜି ପୂର୍ବାହ୍ନ ୨ ସମୟରେ ବ୍ରହ୍ମପୁର ର ଏକ ଘରୋଇ ମେଡିକାଲ ରେ ଦେହାନ୍ତ ହୋଇଯାଇଛି । କିଛି ଦିନ ହେବ ଶ୍ଵାସ ଜନିତ ସମସ୍ଯା ଦେଖାଦେବାରୁ ପ୍ରଥମେ ବାଲିଗୁଡା ମେଡିକାଲ ପରେ ବ୍ରହ୍ମପୁର ର ଏକ ଘରୋଇ ମେଡିକାଲ ରେ ଚିକିଶ୍ଚିତ ହେଉଥିଲେ । ଶ୍ରୀ ପାଣିଗ୍ରାହୀ ଦୀର୍ଘ ୫ ଦଶନ୍ଧି ଧରି କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ସ୍ତରୀୟ ସମ୍ବାଦିକତା କରିଆସୁଥିଲେ । ଜିଲ୍ଲାର ବହୁ ସାମ୍ବାଦିକ ତାଙ୍କର ପ୍ରେରଣା ରେ ସାମ୍ବାଦିକ ହୋଇଛନ୍ତି । ସେ କେବବଳ ସାମ୍ବାଦିକ ନଥିଲେ ଜଣେ ନାଟ୍ୟ କଳାକାର ,ସମାଜସେବୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ତାଙ୍କର ୩ ପୁଅ ଓ ଗୋଟିଏ ଝିଅ ଓ ନାତି ନତୁଣୀ ରହିଛନ୍ତି ତାଙ୍କ ପାର୍ଥିବ ଶରୀରକୁ ନିଜ ବାଲିଗୁଡା ବାସଭବନ ଙ୍କୁ ଅଣାଯିବା ପରେ ଶେଷକୃତ୍ୟ କରାଯିବ । ତାଙ୍କ ବିୟୋଗ ରେ କନ୍ଧମାଳ ସାଂସଦ ସୁକାନ୍ତ କୁମରେ ପାଣିଗ୍ରାହୀ ,ବାଲିଗୁଡା ବିଧାୟକ ଚକ୍ର ମଣି କହଁର ,ଜି ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ,ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ,ପୂର୍ବତନ ଉପ ବାଚସ୍ପତି ସାଲୁଗା ପ୍ରଧାନ,ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତି ଭୂଷଣ କର ,ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାସ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।
