ବାଲିଗୁଡା,୨୪/୦୮:(ସୁକାନ୍ତ କୁମାର ତ୍ରିପାଠୀ): ଓଡିଶା ବ୍ରାହ୍ମଣ ମହାସଂଘର ରାଜ୍ୟସ୍ତରୀୟ ବୈଠକ ଆଜି ବାରଖମା ଠାରେ ଅନୁଷ୍ଠିତ ହୋଇଯାଇଛି lଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲାର ବିଜେପି ସଭାପତି ଶ୍ରୀ ପଣ୍ଡିତ କୁମାର ବିଶିମାଝି,ମୁଖ୍ୟ ବକ୍ତା ଡ଼ଃ ମଧୁସୂଦନ ମହାପାତ୍ର,ଓଡିଶା ବ୍ରାହ୍ମଣ ମହାସଂଘର ସଭାପତି ଦୁଃଶାସନ ଶତପଥୀ, ଉପସଭାପତି ବ୍ରହ୍ମାନନ୍ଦ ମିଶ୍ର, ସମ୍ପାଦକ ପ୍ରଦୀପ୍ତ କୁମାର ନନ୍ଦ,ଆଡ଼ଭୋକେଟ ଲିଗାଲ ଉପଦେଷ୍ଟା ଶୈଳେନ୍ଦ୍ର କୁମାର ସ୍ୱାଇଁ ,ଉପଦେଷ୍ଟା ଭବାନୀକାନ୍ତ ଶତପଥୀ ,ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସଚିନ୍ଦ୍ର ଶତପଥୀ ଓ ଡ଼କ୍ଟର ଅନନ୍ତ କର ଓ ବିରଞ୍ଚି ନାରାୟଣ କର ପ୍ରଭୁତି ମଂଚାସୀନ ଥିଲେ lଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲ୍ଲା ବ୍ରାହ୍ମଣ ସଂଘ ସଭାପତି ଶ୍ରୀ ଉମାଶଙ୍କର ଦାଶ, ମଣ୍ଡଳ ସଭାପତି ଶ୍ରୀ ଅବନୀ କୁମାର ରଥ, ବରୁଣ ମିଶ୍ର, ଜିଲ୍ଲା ପ୍ରଭାରୀ ଅମୀୟ ମିଶ୍ର,





ଶ୍ରୀ ଅରୁଣ ପଣ୍ଡା, ସିମାଞ୍ଚଳ ପାତ୍ର ପ୍ରଭୁତି ସହଯୋଗ କରିଥିଲେ l ଶେଷରେ ଏହି କାର୍ଯ୍ୟକ୍ରମ କୁ ଉପଦେଷ୍ଟା ଭାବେ ଚିନ୍ତାମଣି ମିଶ୍ର ତଦାରଖ କରିଥିଲେ l ବିଭିନ୍ନ ବକ୍ତାମାନେ ବ୍ରାହ୍ମଣ ଜାତିର ଉନ୍ନତି କିପରି ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ l ବ୍ରାହ୍ମଣ ମାନଙ୍କ ଭିତରେ ଆହୁରି କିପରି ଏକତା ଭାବ ହୋଇପାରିବ ସମସ୍ତେ ମିଳିତ ହୋଇ କାର୍ଯ୍ୟ କରିବା ପାଇଁ ଶପଥ ନେଇଥିଲେ lଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ବ୍ରାହ୍ମଣ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ l ବ୍ରାହ୍ମଣ ମାନଙ୍କ ବିଭିନ୍ନ ମତାମତ କୁ ସମ୍ମାନ ଦେଇ ତାହାର ଏକ ଦାବିପତ୍ର ମୁଖ୍ୟ ଅତିଥି ଜିଲ୍ଲାର ବିଜେପି ସଭାପତି ଶ୍ରୀ ପଣ୍ଡିତ କୁମାର ବିଶିମାଝି ଙ୍କୁ ଅର୍ପଣ କରାଯାଇଥିଲା lଏହି ଦାବିପତ୍ରକୁ ବିଚାରକୁ ନେଇ ସେ ଏହାକୁ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚାଇବି ବୋଲି ପ୍ରତିଶୃତି ଦେଇଥିଲେ l ଶେଷରେ ସଭାପତି ଶ୍ରୀ ଶତପଥୀ ସଭାକାର୍ଯ୍ୟ ସାଙ୍ଗ କରିଥିଲେ l
