ବାଲିଗୁଡା : ୦୭/୦୮:(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ର ବିଭିନ୍ନ ବ୍ଲକରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଆବାସିକ ବିଦ୍ୟାଳୟରେ ଶିଶୁ ସୁରକ୍ଷା ଓ ପୋକ୍ସ ଆଇନକୁ ନେଇ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ବାଲିଗୁଡ଼ା ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଉମେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଉକ୍ତ ବିଦ୍ୟାଳୟରେ ବାଲିଗୁଡ଼ାର ଅଗ୍ରଣୀ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ରର ସଂପାଦକ ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ବରେ ସଚେତନଧର୍ମୀ ପଥପ୍ରାନ୍ତ ନାଟକ ସହିତ ଏକ ସଚେତନ ସଭା ମାଧ୍ୟମରେ ଶିଶୁ ସୁରକ୍ଷା ଓ ପୋକ୍ସ ଆଇନ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସଚେତନ 


କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଫୁଲବାଣୀ ଆରକ୍ଷୀ ଅଧିକ୍ଷକ ନିର୍ଦ୍ଦେଶ କ୍ରମେ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଭୂତି ଭୂଷଣ ମହାପାତ୍ର ଏବଂ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟର ମହିଳା ଆଇଆଇସି ଦୀପିକା ରାୟ ଓ ସାଇବର ଥାନା ଅଧିକାରୀ ଗେଲି କୁମାରୀ ସାହୁ,ଥାନା ,ଯୋଗ ଦେଇ ଶିଶୁ ସୁରକ୍ଷା ସମ୍ପର୍କିତ ଓ ପୋକ୍ସ ଆଇନ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ।ଶିଶୁ ଶ୍ରମିକକୁ ନା କହିବା ସହ ବାଲ୍ୟ ବିବାହ ନକରିବା ପାଇଁ କୁହା ଯାଇଥିଲା ବେଳେ ଯଦି କେଉଁଠି ବାଲ୍ୟ ବିବାହ ହେଉଥିବ ସେନେଇ ପ୍ରଶାସନକୁ ଜଣାଇବା ପାଇଁ କୁହା ଯାଇଥିଲାl ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ମାନଙ୍କର ସମସ୍ତ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।