ନୟାଗଡ(ପ୍ରଭାକର ଶିରୋମଣି):-
ପବିତ୍ର ଶ୍ରାବଣ ମାସ ଶେଷ ସୋମବାର ପାଇଁ କଣ୍ଟିଲୋ ଅଞ୍ଚଳ ରେ ଆଜି ରବିବାର ଶତାଧିକ କାଉଡିଆ ଙ୍କୁ ଦେଖିବାକୁ ମିଳିଥିଲା l ଚଳିତ ବର୍ଷ ମହାନଦୀ କୂଳରେ ଥିବା ଘାଟ ମାନଙ୍କରେ ବିଗତ ସୋମବାର ପାଇଁ ଆସିଥିବା ଲକ୍ଷାଧିକ କାଉଡିଆ ପ୍ରଭୁ ଶ୍ରୀ ନୀଳମାଧଵ ଙ୍କୁ ଦର୍ଶନ କରିବା ସଙ୍ଗେ ସଙ୍ଗେ ପାଣି ଭାର କାନ୍ଧରେ ବହନ କରି ବିଭିନ୍ନ ଶୈବ ପୀଠକୁ ଯାତ୍ରା କରିଥିବା ଦୃଶ୍ୟ ସମସ୍ତଙ୍କ ମନରେ ଭକ୍ତିଭାବ ପ୍ରଦର୍ଶିତ ହୋଇଥିଲା l କେହି କେହି ମାନସିକ ଧାରୀ କାନ୍ଧରେ ଶିଶୁ ପୁତ୍ର ସହିତ ଅପର କାନ୍ଧରେ ପାଣି ଭାର ନେଇ ତୁଣ୍ଡରେ “.ଓ଼ମ ନମଃ ଶିବାୟ “ଉଚ୍ଚାରଣ କରି ଯାଇଥିବାର ଦେଖା ଯାଇଥିଲା l ପ୍ରତି ସୋମବାର ପାଳି ପୂର୍ବରୁ ଶନି ଓ ରବିବାର ଦିନ ପୁରୁଷ ଙ୍କ ତୁଳନାରେ ବହୁ ଯୁବକ ଯୁବତୀ ଓ ମହିଳା ଶ୍ରଦ୍ଧାଳୁ କାଉଡିଆ ବେଶରେ ଗ୍ରାମ ଦାଣ୍ଡରେ ଯାଇ ଭାବମୟ ପରିବେଶ ସୃଷ୍ଟି କରିଥିଲେ ବୋଲି ଦେଖିବାକୁ ମିଳି ଥିଲା l ଏହି ଅବସର ରେ ଖଣ୍ଡପଡା ଓ କଣ୍ଟିଲୋ ପୁଲିସ, ଖଣ୍ଡପଡା ଅଗ୍ନିଶମ ବିଭାଗ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l. କଣ୍ଟିଲୋ ଗ୍ରାମ ପଞ୍ଚାୟତ ପକ୍ଷରୁ ଆଲୋକ ବ୍ୟବସ୍ଥା କରା ଯାଇଥିଲା l ଏହା ବ୍ୟତୀତ ନୟାଗଡ଼ ଜିଲ୍ଲା ତଥା କଣ୍ଟିଲୋ ଜଳ ସମ୍ପଦ ବିଭାଗ ପକ୍ଷରୁ ନଦୀ ଭିତରେ ବାରିକେଡ଼ ନିର୍ମାଣ କରାଯାଇ ଅଧିକ ପାଣି ଭିତରକୁ ନଯିବା ପାଇଁ ସଚେତନତା କରାଯାଇଥିଲା l ବିଶେଷତଃ ଶୃଙ୍ଖଳା ର ସହିତ କଣ୍ଟିଲୋ ଠାରେ ୪ ଗୋଟି ସୋମବାରରେ ପାଣି ଢ଼ାଳିବା ପାଇଁ ଚଳିତ ବର୍ଷ ଏଠାରେ ଏକ ଲକ୍ଷ ରୁ ଉର୍ଦ୍ଧ୍ୱ କାଉଡିଆ ରାତି ଓ ଦିନରେ ଯାତାୟାତ କରୁଥିବାରୁ ଆସନ୍ତା ବର୍ଷ ଆହୁରି ଅଧିକ ସଂଖ୍ୟାରେ କାଉଡିଆ ଆସିବାର ସମ୍ଭାବନା ଥିବାରୁ କଣ୍ଟିଲୋ ଗ୍ରାମବାସୀ ଏଥିପ୍ରତି ଦୃଷ୍ଟି ଦେବା ସଙ୍ଗେ ସଙ୍ଗେ ନୟାଗଡ ଜିଲ୍ଲା ପ୍ରଶାସନ ଓ ପ୍ରତ୍ୟେକ ରାଜ ନେତା ସହଯୋଗ କରିବାର ଆବଶ୍ୟକତା ରହିଛି ଯାହା ଫଳରେକି ଶ୍ରୀ ଜଗନ୍ନାଥ ଙ୍କର ଆଦିପୀଠ ପ୍ରଭୁ ଶ୍ରୀ ନୀଳମାଧଵ ଙ୍କର ଖ୍ୟାତି ସମଗ୍ର ବିଶ୍ୱ ରେ ବ୍ୟାପୃକ୍ତ ହେବ ଏଥିରେ ସନ୍ଦେହ ନାହିଁ l
