ଡିଏଭି ବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍କାଉଟ୍ ଗାଇଡ୍ ଓ ନାଗରିକଙ୍କ ଦ୍ୱାରା ସଡ଼କ ମରାମତି ଏକ ଦୃଷ୍ଟନୀୟ ସାମାଜିକ ଦାୟିତ୍ୱର ପ୍ରତିକ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଡିଏଭି ପବ୍ଲିକ୍ ସ୍କୁଲ, ବ୍ରହ୍ମପୁରର ସ୍କାଉଟ୍,ଓ ଗାଇଡ୍ ଛାତ୍ରଛାତ୍ରୀମାନେ ଶୁକ୍ରବାର ନାଗରିକମାନଙ୍କ ସ‌ହଯୋଗରେ ବିଦ୍ୟାଳୟ ସମୀପସ୍ଥ ଏକ ଅତ୍ୟଧିକ ବ୍ୟସ୍ତ ଓ ଜଣସାଧାରଣ ବ୍ୟବହୃତ ରାସ୍ତାକୁ ମରାମତି କରି ଏକ ଦୃଷ୍ଟନୀୟ ଓ ପ୍ରଶଂସନୀୟ ସାମାଜିକ ଉଦ୍ୟମର ପ୍ରତିଷ୍ଠା କରିଛନ୍ତି।ଏହି ରାସ୍ତା ଦ୍ୱାରା ଦୈନିକ ୩୦.୦୦୦ ରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ ଓ ନାଗରିକ ଯାତ୍ରା କରନ୍ତି। ବସ୍, ଅଟୋ, ଗାଡ଼ି ଓ ବାଇକ ଭଳି ବିଭିନ୍ନ ଯାନବାହନ ଚଳାଚଳ କରୁଥିବାରୁ ଏହି ଅଞ୍ଚଳ ଅତ୍ୟଧିକ ଭିଡ଼ ଓ ଜନ ସମୂହରେ ପରିଣତ ହୋଇଛି। ରାସ୍ତାରେ ଅନେକ ଗାତ୍ ,ଖାଲ ଖମା ଓ ଅସମତଳତା ଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଥିଲା। ଏହି ରାସ୍ତା ଯଦିଓ ଜାତୀୟ ରାଜପଥ ଅନ୍ତର୍ଗତ, କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ମରାମତି କାର୍ଯ୍ୟ ଗ୍ରହଣ କରାଯାଇନଥିଲା।ଏହକୁ ଦୃଷ୍ଟିରେ ରଖି, ଡିଏ ଭି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ସଡ଼କ ଯୋଜନା ତିଆରି କରି ସିମେଣ୍ଟ, ବାଲି ଓ ଗୋଡ଼ି ବ୍ୟବହାର କରି ଏହି ବିପଦସୂଚକ ଅଞ୍ଚଳରେ ସ୍ୱ ଇଚ୍ଛାରେ ମରାମତି କାମ ଆରମ୍ଭ କରିଥିଲେ।ସେମାନେ ଏହି ଯୋଜନା ବିଷୟରେ ବିଦ୍ୟାଳୟ ପ୍ରଧାନଶିକ୍ଷିକା ଧାରାଶ୍ରୀ ପାଢ଼ୀଙ୍କ ସ‌ହ ଆଲୋଚନା କରି, ଯିଏ ଏହାକୁ ସ‌ହର୍ଷ ସ୍ୱୀକାର କରି ନିଜର ଶାରୀରିକ ଓ ମାନସିକ ସ‌ହଯୋଗ ସ‌ହ ଆବଶ୍ୟକ ଉପକରଣ ପ୍ରଦାନ କରିଥିଲେ । ସେ ନିଜେ ଉପସ୍ଥିତ ରହି ଶିକ୍ଷକମାନଙ୍କ ସ‌ହ ବ୍ୟବସ୍ଥାପନା କାର୍ଯ୍ୟ କରିଥିଲେ।ଏହି ସାମୂହିକ ଉଦ୍ୟମରେ ଶିକ୍ଷକ ସମୀର କୁମାର ପାଣିଗ୍ରାହୀ ଓ ଗାଇଡ୍ କ୍ୟାପଟେନ୍ ସ୍ୱପ୍ନା ରାଣୀ ପାଣିଗ୍ରାହୀ ନିଜ ମୂଲ୍ୟବାନ ସ‌ହଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଏପରି ମହତ୍ କାଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

You might also like
error: Content is protected !!