ବାଲିଗୁଡା : ୧୫/୦୭:(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲ ବାଲିଗୁଡ଼ା ବନଖଣ୍ଡ ର ବାଲିଗୁଡା ବନାଞ୍ଚଳ ର କଟାରିସାହି ରେ 76ତମ ବନ ମହୋତ୍ସବ ଅବସରରେ ମାଆ ଙ୍କ ପାଇଁ ଗଛ ଲଗାଇଲେ ଲୋକପ୍ରତିନିଧି ଓ ବୃକ୍ଷ ପ୍ରେମୀ |ବାଲିଗୁଡା ରେ ବିଜେପି ର ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, କନ୍ଧମାଳ ସାଂସଦଙ୍କ ନଗର ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପଦ୍ମ ଚରଣ ଦାସ ଙ୍କ ସମେତ ବିଜେପି ନେତ୍ରୁ ମଣ୍ଡଳୀ ମାଆ ଙ୍କ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇଥିବା ବେଳେ କଟାରୀସାହି ରେ ଆୟୋଜିତ ବନ ମହୋତ୍ସବ ସପ୍ତାହ ର ଅନ୍ତିମ ଦିବସ ରେ ବାଲିଗୁଡ଼ା ଡି ଏଫ୍ ଓ ବିଶ୍ବରାଜ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱା ବଧାନରେ ଆୟୋଜିତ ବନ ମହୋତ୍ସବ କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣି ଗ୍ରାହୀ ସମ୍ମାନିତ ଅତିଥି ଭାବେ ଭାରତୀ ଜନତା ପାର୍ଟି କନ୍ଧମାଳ ଜିଲ୍ଲା ସଭାପତି ଶ୍ରୀ ପଣ୍ଡିତ ବିଶି ମାଝୀ ପୂର୍ବତନ ସଭାପତି ଜଗନ୍ନାଥ ସାହୁ ଶ୍ରୀ ନେତ୍ର ସାନ ସେଠ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ ଏବଂ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଡିଭିଜନ ଅଞ୍ଚଳ ରେ ପୋଡୁ ଚାଷ ରୁ ନିବୃତ ରହି ବୃକ୍ଷ ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ ଆମନ୍ତ୍ରିତ ଅତିଥି ଗଣ | ବାଲିଗୁଡା ,ରେଞ୍ଜର ଡି ସୁବାଷ ଚନ୍ଦ୍ର ଫରେଷ୍ଟର ପ୍ରଭାତ କୁମାର ଦୋରା ସମସ୍ତ ବନ କର୍ମଚାରୀ , ମହିଳା ସଂଘ୍ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ କୁ ପରି ଚାଳନା କରି ଥିଲେ ଶ୍ରୀ ଆଦିକନ୍ଦ ପଟ୍ଟନାୟକ ( ସାଂସଦ ପ୍ରତିନିଧି) ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ |
