କନ୍ଧମାଳ ସାଂସଦ ଙ୍କ ଦ୍ଵାରା ୫୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ପାଇଁ ଭୂମିପୂଜନ

ତୁମୁଡିବନ୍ଧ -୧୪/୦୭:(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତ ରେ ଗତକାଲି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ କର କମଳରେ ୫୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିମନ୍ତେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସକାଳ ପ୍ରାୟ ୧୦ଘ. ସମୟରେ ତୁମୁଡିବନ୍ଧ ରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ପହଞ୍ଚି ଜଳେଶପଟା ଠାରୁ ଏକ ବାଇକ ରାଲିରେ ଆସି ପହଞ୍ଚିଥିଲେ ମୁଣ୍ଡିଗଡ଼ ଠାରେ ସେଠାରେ ୫୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିମନ୍ତେ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମ ନିମନ୍ତେ କୋଟଗଡ଼ ଅଭିମୁଖେ ଚାଲି ସେଠାରୁ ମାରାଥନ କାର୍ଯ୍ୟକ୍ରମ ରେ କୋଟଗଡ଼ ଯାଇ ବିଭିନ୍ନ ସ୍ଥାନର ଶିଳାନ୍ୟାଷ କରିଥିଲେ | ଆଜିର କାର୍ଯ୍ୟକ୍ରମ ରେ ତୁମୁଡିବନ୍ଧ ସଂସାଦ ପ୍ରତିନିଧି ପୁର୍ଣଚନ୍ଦ୍ର ପାଢି,ତୁମୁଡିବନ୍ଧ ବିଜେପି ବ୍ଲକ ସଭାପତି ସର୍ବେଶ୍ୱର ମାଝୀ,ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ନେତ୍ର ମାନସେଠ,ବରିଷ୍ଠ ନେତା ରବୀନ୍ଦ୍ର ପାତ୍ର, ପି. ଏ ଆଇ ଟି ଡିଏ ବାଲିଗୁଡା ଏବଂ ବିଜେପି ଦଳର ଶତାଧିକ କାଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ |

Smart Computer Ad
You might also like
error: Content is protected !!