ସ୍ବଶକ୍ତି ଜଗାରଣ ସେବା ସଂସ୍ଥାନର ଗୁରୁପୂର୍ଣମା ପାଳନ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ସାହି ରଘୁନାଥ ମନ୍ଦିରରେ ଗୁରୁପୁର୍ଣିମା ପର୍ବ ପାଳନ ସ୍ବଶକ୍ତି ଜାଗରଣ ସେବା ସଂସ୍ଥାନ ତରଫରୁ ମହାସମାରୋହରେ ପାଳନ କରାଯାଇଥିଲା।9ତାରିଖ ଓ 10 ତାରିଖ ଦୁଇ ଦିନ ବ୍ଯାପି ଏହି କାର୍ଯ୍ୟକ୍ରମ ରେ ପ୍ରଥମ ଦିନ ଅର୍ଥାତ 9 ତାରିଖ ଦିନ ମନ୍ଦିର ପରିସରରେ ଏକ ବୃହତ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା।ମେଡିକୋ 360 ଚିକିତ୍ସାଳୟର ଡାକ୍ତର ଏନ ସନ୍ତୋଷ କୁମାର,ଦନ୍ତ ଚିକିତ୍ସକ ଡାକ୍ତର ଏସ ସାହିତ୍ୟା,ଡାକ୍ତର ପ୍ରଶାନ୍ତ କୁମାର ସାହୁ,ବରିଷ୍ଠ ଡାକ୍ତର ନଳିନିକାନ୍ତ ପାଢୀ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ଚକ୍ଷୁର ବିଭିନ୍ନ ପରୀକ୍ଷା କରିବା ସହ।40 ଜଣ ରୋଗୀଙ୍କ ପରଳ ଅସ୍ତ୍ରୋପଚାର ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳକୁ ନିଯାଇଥିଲା।ଏହି ଶିବିରରେ ସୁଗାର, ବିପି ଆଦି ଅନେକ ପରୀକ୍ଷାର ସହ ମାଗଣା ଔଷଧର ବ୍ୟବସ୍ଥା ଆୟୋଜିତ ହୋଇଥିଲା। ସ୍ବଶକ୍ତି ଜାଗାରଣ ସେବା ସଂସ୍ଥାନର ପ୍ରତିଷ୍ଠାତା ପୂଜ୍ଯ ଶ୍ରୀକ୍ରିଷ୍ଣା ଭୈୟାଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଦ୍ବିତୀୟ ଦିନ ଅର୍ଥାତ 10 ତାରିଖ 11ଘ 25ମି ସମୟରୁ ଗୁରୁଦେବ ଓ ଦେବତା ଆବାହମାନ ଓ ପୂଜନ।ଅପରାହ୍ନରେ ଗୁରୁ ଆଗମନ,ଗୁରୁଦୀକ୍ଷା କାର୍ଯ୍ୟକ୍ରମ ସହ ସଂନ୍ଧ୍ଯାରେ ଗୁରୁ ବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବୃନ୍ଦାବନ ନିବାସ ମହାମଣ୍ଡଳେଶ୍ବର ଶ୍ରୀ ବିଶୁଦ୍ଧାନନ୍ଦ ମହାରାଜ,ଲଳିତ ମହାରାଜା,ପୂଜ୍ଯ ସଦଗୁରୁଦେବ ଶ୍ରୀକ୍ରିଷ୍ଣା ଭୈୟାଜୀଙ୍କ ଦ୍ବାରା ଧର୍ମସଭା ର ଆୟୋଜନ କରାଯାଇଥିଲା। ଉପସ୍ଥିତ ପରିଜନଙ୍କୁ ମାର୍ଗଦର୍ଶନ ଦେଇଥିଲେ,ସେଥିରେ ସେ ଗୁରୁଙ୍କ ଗୁଣଗାନ କରି କହିଥିଲେ ଯେ ଗୁରୁ କୌଣସି ବ୍ୟକ୍ତି ନୁହନ୍ତି ସେ ଦିବ୍ୟ ଚେତନ ଶକ୍ତିର ଆଧାର।ସଦ୍ଗୁରୁଙ୍କ କୃପା ଯାହାକୁ ହୋଇଯାଏ ସେ ନର ରୁ ନାରାୟଣ ଓ ମାନବ ରୁ ମହମାନବ ହୋଇଯାଏ।କିନ୍ତୁ ଏଥିପାଇଁ ଗୁରୁ ନିଜ ଶିଷ୍ୟଙ୍କୁ କଠିନ ପରୀକ୍ଷା ର ସମ୍ମୁଖିନ କାରାଇଥାନ୍ତି।ସେହି ପରୀକ୍ଷା ରେ ଯିଏ ଉତ୍ତୀର୍ଣ ହୁଏ ତାକୁ ହିଁ ପ୍ରକୃତରେ ଶିଷ୍ୟତ୍ଵ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ।ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକକୁ ପରିପ୍ରକାଶ କରିବାର ମାଧ୍ୟମ ହେଉଛନ୍ତି ଗୁରୁ। ଏହିସବୁ ମାର୍ମିକ ପ୍ରସଙ୍ଗ ଗୁଡିକୁ ସ୍ମରଣ ଏବଂ ଅନୁଭବ କରିବା ସକାଶେ, ଗୁରୁଙ୍କ ପ୍ରୀୟ ଶିଷ୍ୟ ମାନେ ଗୁରୁପୂର୍ଣ୍ଣିମା ପର୍ବ ପାଳନ କରିଥାନ୍ତି। ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ଗୁରୁଭାଇ ସନ୍ତୋଷ କୁମାର ମହାନ୍ତି,ଦ୍ବାରିକା ପ୍ରସାଦ ମହାନ୍ତି,ସମୀର କୁମାର ମହାନ୍ତି,ବସୁଦେବ ଗୌଡ,ଅନିଲ କୁମାର ଚୌଧୁରୀ,କାମରାଜୁ ଦାସ,ବଳରାମ ଜେନା,ଚନ୍ଦନ ସାହୁ,ଦୀପକ ପାଣିଗ୍ରାହୀ,ଗଣେଶ ପ୍ରଧାନ, ସଂଗୀତା ମହାନ୍ତି,ଗୀତା ମହାନ୍ତି,ଅଞୁ ମହାନ୍ତି,ସର୍ମିଲା ସେଠୀ,ସୁନିତା ଜେନା,ପୁଷ୍ପାଞଳି ପ୍ରଧାନଙ୍କ ସମେତ ସାହସ୍ରାଧିକ ଶ୍ରଦ୍ଧାଳୁ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ଗୁରୁ ଭାଇଭଉଣୀ ଉପସ୍ଥିତ ରହି ଗୁରୁକୃପା ନେଇଥିଲେ.।ଶହସ୍ରାଧିକ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇ ଥିଲା।ସୁବ୍ୟବସ୍ଥିତ ସୁନ୍ଦର ଓ ଭବ୍ଯ ଭକ୍ତିମୂଳକ କାର୍ଯ୍ୟକ୍ରମ ସଫଳ ରୂପାୟନ ପାଇଁ ଜନସାଧାରଣ ପୂଜ୍ଯ ସଦଗୁରୁଦେବଙ୍କ ନିକଟରେ ଅଶେଷ କୃତଜ୍ଞାତା ଜ୍ଞାପନ କରିଥିଲେ।

Smart Computer Ad
You might also like
error: Content is protected !!