ଖୋର୍ଦ୍ଧା,(ସଞ୍ଜୀବ କୁମା):-
ରପରିବା ଦର ଆକାଶ ଛୁଆଁ ପରିବା କିଣିବ କଣ ଦର ଶୁଣିଲେ ଲାଗୁଛି ଡର । ବଜାରରେ ଯେଉଁ ପରିବାରେ ଆପଣ ହାତ ମାରିବେ ତାର ଭାଉ ଅଧିକ । ଲଗାଣ ବର୍ଷା ଏବଂ ଷ୍ଟିୟିରିଂ ଛାଡ ଆନ୍ଦୋଳନ ପାଇଁ ପରିବହନ କିଛି ମାତ୍ରାରେ ପ୍ରଭାବିତ ହୋଇଥିବାରୁ ପରିବାର ଦର ବୃଦ୍ଧି ହୋଇଥିବା କୁହାଯାଉଥିବା ବେଳେ ବଜାରରେ ପରିବା ଦର ବଢିଛି । ଖାଉଟି ପରିବା କିଣିବାକୁ ହନ୍ତସନ୍ତ ହେଉଛନ୍ତି । ଏହି ଦର ଯଦି ଏମିତି ରୁହେ ତେବେ ଶ୍ରାବଣ ମାସରେ ଲୋକଙ୍କ ପାଇଁ ପରିବା ଖାଇବା ମୁସକିଲ୍ ହୋଇପଡିବ । ତେବେ ନଜର ପକାନ୍ତୁ କେଉଁଠି ରହିଛି କେତେ ଦର ?ବଜାରରୁ ଆସିଥିବା ରିପୋର୍ଟକୁ ଯଦି ଆପଣ ଦେଖିବେ ତେବେ ଆଳୁ- କିଲୋ ୨୦, ପିଆଜ – କିଲୋ 70, କଖାରୁ – କିଲୋ ୪୦, ପୋଟଳ – କିଲୋ 120, ଭେଣ୍ଡି – କିଲୋ 60, ବିଲାତି – କିଲୋ 80, ବାଇଗଣ – କିଲୋ 75, ଗାଜର -କିଲୋ 80 ଟଙ୍କା ରହିଛି । ଗୋଟେ ପଟେ ପରିବହନ ସେବା ପ୍ରଭାବିତ ଅନ୍ୟପଟେ ବନ୍ୟା ଜନିତ ବନ୍ୟାରେ ଚାଷ ପ୍ରଭାବିତ ହୋଇଛି । ତେଣୁ ଏହାର ସିଧା ସଳଖ ପ୍ରଭାବ ପଡିଛି ପରିବା ଦର ଉପରେ ।
