ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ ସଂସ୍କୃତି ଆମ ପରମ୍ପରା ତରଫରୁ ଗୁରୁବାର ଖାସ୍ପାସାହି ଓ ଜଉରା ସାହି ଠାରେ ଆଷାଢ଼ ପୂର୍ଣ୍ଣିମା କଣ୍ଢେଇ ଯାତ୍ରା ଆରମ୍ଭ ହୋଇଯାଇଛି।ସଭାପତି ସୂଯ୍ୟନାରାୟଣ ଦାସ ଏଥିରେ ଅଧ୍ୟକ୍ଷତା କରିଥିଲେ l ସଂପାଦକ ଗୋପାଳ ପଟ୍ଟନାୟକ କଣ୍ଢେଇ ଯାତ୍ରା ର ପରମ୍ପରା ସଂପର୍କ ରେ ସୂଚନା ଦେଇଥିଲେ l ସାଂସ୍କୃତିକ ସଂପାଦକ ସୁଦୀପ କୁମାର୍ ସାହୁ ଓ ରଶ୍ମିତା ଦଳାଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ମୁଖ୍ୟ ଅତିଥି ରୂପେ ବିଧାୟକ କେ.ଅନିଲ କୁମାର୍,ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ଦିଗପହଣ୍ଡି ବିଧାୟକ ଡ୍ ସିଦ୍ଧାନ୍ତ ମହାପାତ୍ର, କୁକୁଡ଼ା ଖଣ୍ଡି ଅଧ୍ୟକ୍ଷା ବିଷ୍ଣୁ ପ୍ରିୟା ପାତ୍ର, ଟି .ଗୋପୀ, ଶରତ ପଟ୍ଟନାୟକ, ବନମାଳୀ ସେଠୀ . ପ୍ରମୁଖ ଯୋଗ ଦେଇଥିଲେ। ଆଇନ ଉପଦେଷ୍ଟା ମଦନ ମୋହନ ପାତ୍ର, ନାରାୟଣ ମହାକୁଡ,ଉପଦେଷ୍ଟା ବଦ୍ରି ନାରାୟଣ ନାୟକ, କୋଷାଧ୍ୟକ୍ଷ ମାନସ ରଞ୍ଜନ ପାଢ଼ୀ, ସମ୍ପାଦକ ଉମାଶଙ୍କର ପାତ୍ର, ଶ୍ରୀକାନ୍ତ ସୁବୁଦ୍ଧି,ସୁରେନ୍ଦ୍ର କୁମାର ସେନାପତି, ରମାକାନ୍ତ ରଥ,ରମେଶ ଚନ୍ଦ୍ର ଭୂୟାଁ, ଲକ୍ଷ୍ମୀ ନାରାୟଣ ନାୟକ, ଉପସଭାପତି କ୍ଷେତ୍ରବାସୀ ରଥ, କେ.ରବୀନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅତିଥିଙ୍କ ଦ୍ବାରା ସାମ୍ୱାଦିକ ସମ୍ମାନୀତ ହୋଇଥିଲେ l କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା l ପ୍ଲାଷ୍ଟିକ ଓ ମାଟିରେତିଆରି ହୋଇଥିବା ବିଭିନ୍ନ କଣ୍ଢେଇ ବିକ୍ରି ହେଉଛି l ସାନ ଜଗନ୍ନାଥ,ବଡ ଜଗନ୍ନାଥ,ମା ବୁଢୀ ଠାକୁରାଣୀ ଙ୍କ ସମେତ ଅନ୍ୟାନ୍ୟ ଦେବାଦେବୀଙ୍କୁ ଏହି ଅବସରରେ ସଜ୍ଜିତ କରାଯାଇ ସ୍ବତନ୍ତ୍ର ପୂଜା ଅର୍ଚ୍ଚନା କରାଯାଇଛି l
