ବାଲିଗୁଡା,୧୦/୦୭:(ସୁକାନ୍ତ କୁମାର ତ୍ରିପାଠୀ) ବାଲିଗୁଡ଼ା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପରିସରରେ +୩କଳା ବିଜ୍ଞାନ ଓ ବାଣିଜ୍ୟ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଗୁରୁ ପୂର୍ଣ୍ଣିମା ଅବସରରେ ସ୍ଵାଗତ ସମାରୋହ ଆୟୋଜିତ ହୋଇ ଯାଇଅଛି। ଉକ୍ତ ମହୋତ୍ସବରେ ଅଧ୍ୟକ୍ଷ ଲକ୍ଷ୍ମଣ ପାଳ ପ୍ରଶାସନିକ ଅଧିକାରୀ ଡ଼ ବିଭୂତିଭୂଷଣ ଆଚାର୍ଯ୍ୟ ଶୈକ୍ଷିକ ଅଧିକାରୀ ଡ଼ ସୁଶାନ୍ତ କୁମାର ଦାସ ଆଡ଼ମିଶନ ମୁଖ୍ୟ ତେଜେଶ୍ଵର ନାୟକ ଏକାଉଣ୍ଟ୍ ବର୍ସର ସରୋଜକୁମାର ପାଠୀ ଅର୍ଥନୀତି ମୁଖ୍ୟ ଅଧ୍ୟାପକ କୃଷ୍ଣଚନ୍ଦ୍ର ପଣ୍ଡା
ଦର୍ଶନ ଶାସ୍ତ୍ର ମୁଖ୍ୟ ଅଧ୍ୟାପକ ଗଣନାଥ ସୋରେନ୍ ଉଦ୍ଭିଦ ବିଜ୍ଞାନ ମୁଖ୍ୟ ଅଧ୍ୟାପକ ଦୁଷ୍ମନ୍ତ କୁମାର ଶବର ପ୍ରାଣୀ ବିଜ୍ଞାନ ମୁଖ୍ୟ ଅଧ୍ୟାପକ ହିମାଂଶୁଚରଣ ସାହୁ ପଦାର୍ଥ ବିଜ୍ଞାନ ମୁଖ୍ୟ ଅଧ୍ୟାପକ ପ୍ରଦୀପ୍ତ କୁମାର ନାୟକ ଯୋଗ ଦେଇ ଆଦିବାସୀ ମହାବିଦ୍ୟାଳୟର ଗରିମା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ।ସେବା ସମର୍ପଣ ଦୟାକ୍ଷମାକୁ ଗୁରୁତ୍ଵ ଦେବା ସହ ଚରିତ୍ର ଗଠନରେ ଶୃଙ୍ଖଳା ଅପରିହାର୍ଯ୍ୟ ବୋଲି କହିଥିଲେ ।

