ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ବ୍ରହ୍ମପୁର ମହାନଗର ନିଗମରେ ସାମିଲ ହେବ ଏବେ ପଞ୍ଚାୟତ l ଏହାକୁ ନଜରରେ ରଖାଯାଇ ମହାନଗର ନିଗମର ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି l ଡୁରା, ଗଉଞ୍ଜୁ, ଫୁଲଟା, ସlତକୁଟୁଣି , ଭାବିନିପୁର, ହଳଦିଆପଦର, ଜଗଦଲପୁର,ଲାଠି,ଅନନ୍ତେଇ,ନିମଖଣ୍ଡି, ଦକ୍ଷିଣପୂର୍, ଅଙ୍କୁଶପୁର ପ୍ରମୁଖ ପଞ୍ଚାୟତି ମହାନଗରରେ ମିଶିବାକୁ ଯାଉଛି l ଏ ନେଇ ମହାନଗର ସଦସ୍ୟ ଓ ସଦସ୍ୟlଙ୍କ ମତାମତ ଲୋଡା ଯାଇଥିଲା l ବ୍ରହ୍ମପୁର ଆଗକୁ ବଡ ସିଟି ହେବାକୁ ଯାଉଥିବା ଆଲୋଚନା ହୋଇଛି l ସମସ୍ତେ ଏହାକୁ ସ୍ବାଗତ କରିଛନ୍ତି l ବୈଠକରେ ମେୟର ସଂଘମିତ୍ରା ଦଳାଇ, କମିଶନର ପ୍ରଥମେଶ ଅରବିନ୍ଦ,ଡେପୁଟି କମିଶନର ସଂଘମିତ୍ରା ଦେବୀ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ l ବୈଠକରେ ଡେ଼ଙ୍ଗୁ ମଶା ଦିଗରେ ଆଲୋଚନା ହୋଇଥିଲା l ସଚେତନତା ରଥ ଶୁଭାରମ୍ଭ ହୋଇଛି l କର୍ପୋରେଟର ପ୍ରମୁଖ ମତାମତ ରଖିଥିଲେ l ମନ୍ତ୍ରୀ ସାଂସଦ,ଓ ବିଧାୟକଙ୍କ ପ୍ରତିନିଧି ଉପସ୍ଥିତ ଥିଲେ l
