ଅନୁକମ୍ପାମୂଳକ ନିଯୁକ୍ତି ଦାବି : ପୁରାତନ ଡିସଚାର୍ଜ ଗୃହରକ୍ଷୀଙ୍କ ପକ୍ଷ ରୁ ପରୀକ୍ଷା ବର୍ଜନ l

କୁକୁଡ଼lଖଣ୍ଡି,(ଇ.ରଞ୍ଜନ):-

କୁକୁଡ଼lଖଣ୍ଡି : ଆଜି ଗୃହରକ୍ଷୀ ନିଯୁକ୍ତି ପାଇଁ ବ୍ରହ୍ମପୁର ସଦର ଏବଂ ନିମାଖଣ୍ଡି ଥାନା ପକ୍ଷ ରୁ ନୂତନ ଗୃହରକ୍ଷୀ ନିଯୁକ୍ତି ନିମନ୍ତେ ପରୀକ୍ଷା ଅଙ୍କୁଶପୁର ବେସରକାରୀ ଆବାସିକ ବିଦ୍ୟାଳୟ ରେ ଅନୁଷ୍ଟିତ ହୋଇଛି। ଏଥିରେ ଶତାଧିକ ଯୁବ ଫିଡୀ ପରୀକ୍ଷା କେନ୍ଦ୍ର ରେ ଯୋଗଦେଇ ପରୀକ୍ଷା ଦେଇଥିବା ବେଳେ l ଏଥିରେ ପୁରାତନ ଡିସଚାର୍ଜ ବହୁ ଗୃହରକ୍ଷୀ ଏହି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ନଦେଇ ସାମୁହିକ ବର୍ଜନ କରିବା ସହ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିଲେ l ତେବେ ସେମାନେ କହିବା ମୁତାବକ ବିଭିନ୍ନ କାରଣରୁ ଛଟେଇ ଓ ଚାକିରି ସମୟରେ ମୃତ୍ୟୁ ହୋଇଥିବାଗୃହରକ୍ଷୀଙ୍କ ପରିବାର ସଦସ୍ୟ ଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ଛଟେଇ ଗୃହରକ୍ଷୀ ତଥା ଅନୁକମ୍ପାମୂଳକ ନିଯୁକ୍ତିଅପେକ୍ଷାରେ ଥିବା ମୃତକ ଗୃହରକ୍ଷୀଙ୍କ ଉତ୍ତରାଧିକାରୀ ମୁଖ୍ୟମନ୍ତ୍ରୀ, ରାଜସ୍ବମନ୍ତ୍ରୀ ଓ ବିଭାଗୀୟ ଡିଜିଙ୍କୁ ଏ ନେଇ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀସେମାନଙ୍କୁ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଥିଲେମଧ୍ୟ ଉପରିସ୍ଥ ଅଧିକାରୀଙ୍କଠାରୁ ଏ ସମ୍ପର୍କିତ କୌଣସି ଚିଠି ନଆସିବାରୁ ସେମାନଙ୍କୁ ଆଜିର ପରୀକ୍ଷାଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାର ପ୍ରତିବାଦରେ ସେମାନେ ପରୀକ୍ଷାବର୍ଜନ କରିଛନ୍ତି । ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ସହିତ ମୃତକ ପରିବାରଲୋକଙ୍କୁ ଅନୁକମ୍ପା ମୂଳକ ନିଯୁକ୍ତି ପାଇଁ ମୋହନ ଦାସ, ବିଜୟ ମହାପାତ୍ର, ରାଜେନ୍ଦ୍ର ଡାକୁଆ, ଅନନ୍ତ ଦାସ, ବିଜୟ ବେହେରା, କୃଷ୍ଣ ଦାସ, ସନାତନ ନାୟକ ଝଡିଆ ଦାସ, ମୁରଲୀ ଦାସ, ମୃତ୍ୟୁଞ୍ଜୟ ସ୍ୱାଇଁ ସରସ୍ଵତୀ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ l

Smart Computer Ad
You might also like
error: Content is protected !!