ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):-
ଦୀର୍ଘ 350 ବର୍ଷରୁ ଉର୍ଦ୍ଧ ସମୟ ରୁ କପିଳେନ୍ଦ୍ର ଦେବ ଙ୍କ ସମୟ ଆଗରୁ ଓ ପୁରୁଷୋତ୍ତମ ଦେବ ଙ୍କ କାଞ୍ଚି ଅଭିଯାନ ସମୟରେ ଏହି ପୁରୁଷୋତ୍ତମପୁର ସହର ର ନାମ ତାଙ୍କରି ନାମ ଅନୁସାରେ ରହି ଆସିଛି | କପିଳେନ୍ଦ୍ର ଙ୍କ ସମୟରେ କପିଳେଶ୍ଵରପୁର ଶାସନ ନାମିତ ହୋଇ ଆସିଛି | ତେବେ ଲୋକ କଥା ଅନୁସାରେ ସେମାନଙ୍କ ସମୟ ପୂର୍ବରୁ ସହର ର ମଧ୍ୟ ଭାଗରେ ଅବସ୍ତିତ ରଥ ସାହି ନିକଟରେ ପ୍ରଭୁ ଜଗନ୍ନଥ ଙ୍କ ମନ୍ଦିର ରହି ଆସିଛି | ଏବଂ ମନ୍ଦିର ପରିଚାଳନା ସଭାପତି ଓ ସଦସ୍ୟ ତଥା ସେବାୟତ ଙ୍କ ଦ୍ୱାରା ରୀତି ନିତି ଅନୁସାରେ ପୂଜା, ପର୍ବ ପାଳନ ହୋଇ ଆସୁଛି | ତେବେ କିଛି ବ୍ୟକ୍ତି ବିଶେଷ ଓ କିଛି କମ୍ପାନୀ ଠାକୁରଙ୍କ ବହୁତ ଜାଗା ମାଡିବସି ଆସିଛନ୍ତି | ସେମାନଙ୍କ ନାମରେ ମଧ୍ୟ ଦେବୋତ୍ତର ବିଭାଗ ତରଫରୁ କୋର୍ଟ ରେ କେଶ ଲାଗି ରହିଛି | ସେମାନଙ୍କ ବୁଝିବା କଥା ଯେ ଜଗନ୍ନାଥ କାହାକୁ କିପରି ଦଣ୍ଡ ପ୍ରଦାନ କରିବେ ତାହା କିଏବି ମଧ୍ୟ ଜାଣି ପାରିବ ନାହିଁ | ଲୋଭ, ମୋହ ର ବସବର୍ତ୍ତୀ ହୋଇ ତାଙ୍କ ସମ୍ପତି କୁ ମାଡ଼ିବସିଥିବା ବ୍ୟକ୍ତି ମାନଙ୍କୁ ଅକାଳ ବିପତି ମାଡି ଆସିବ ଏବଂ ତାଠାରୁ ଆହୁରି ଭୟଙ୍କର ଅବସ୍ଥା ଘଟିବ |ସେତେବେଳେ ସେମାନେ କହିବେ ମୋ ଭାଗ୍ୟକୁ ଆସିଲା, ନାହିଁ ଯିଏ ଯେଉଁ କର୍ମ କରିବ ତାକୁ ସେହିପରି ଫଳ ମିଳିବ | ସେ ବଙ୍ଗର ନବାବ ତକିଖାଁ ହେଉ କିମ୍ବା ଜଗନ କଳା ପାହାଡ଼ ହୋଇ ଥାଉ, ସେ ରାବଣ, କଂସ, କୌରବ ଓ ହିରଣ୍ୟକଶ୍ୟପ ଅବା ବଳ ଶାଳି ରାକ୍ଷସ କିମ୍ବା ମନୁଷ୍ୟ ହୋଇ ଥାଉ | ତେବେ ପୂର୍ବର ମନ୍ଦିର ପରିଚାଳନା ସଭାପତି ସିମାଞ୍ଚଳ ମହାପାତ୍ର ଙ୍କ ସମୟରେ ଯେଉଁ କେତେ ଗୁଡିଏ ନବୀକରଣ କାର୍ଯ୍ୟ କରାଯାଇ ଥିଲା ତାହା ସ୍ୱାଗତ ଯୋଗ୍ୟ ଅଟେ | ତେବେ ବର୍ତମାନ ର ନୁଆଁ ପରିଚାଳନା ସଭାପତି ନାରାୟଣ ମହାପାତ୍ର, ତାଙ୍କ ପରିଚାଳନା ସଦସ୍ୟ ଏବଂ କିଛି ଜଗନ୍ନାଥ ପ୍ରେମୀ ଯୁବକ, ବ୍ୟକ୍ତି ବିଶେଷ, ବ୍ୟବସାୟୀ ଗୋଷ୍ଟି ଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ପୁଣି ଠାକୁରଙ୍କ ଏକ ନୂତନ ନବୀ କରଣ କାର୍ଯ୍ୟ ଅରୁଣ ସ୍ତମ୍ଭ, ମୁଖ ଶାଳ ଓ ମନ୍ଦିର ସମୁଖ ରାସ୍ତା ସମ୍ପ୍ରସାରଣ, ପାଦଧୁଆ ମଣ୍ଡପ ଶିବ ମନ୍ଦିର ଇତ୍ୟାଦି କାର୍ଯ୍ୟକ୍ରମ କୁ ସହର ର ଅଗଣିତ ଭକ୍ତ, ଜନ ସାଧାରଣ ଓ ଜଗନ୍ନାଥ ପ୍ରେମୀ ମାନଙ୍କ ହୃଦୟରେ ନୂତନ ଜାଗରଣ ଓ କମ୍ପନ ସୃଷ୍ଟି କରିଛି | ସବୁ ଖଟିରେ ଚର୍ଚ୍ଚା ହେଊଛିଯେ ଯେଉଁକାମ ବର୍ତ୍ତମାନ କରା ଗଲା ତାହା ବହୁତ ଆଗରୁ କରିବାର ଥିଲା | କାରଣ ପରିଚାଳନା କର୍ତ୍ତୃପକ୍ଷ ଯେଉଁ ନିଷ୍ପ୍ରତି ନେଇଛନ୍ତି ଓ କାର୍ଯ୍ୟ କରୁଛନ୍ତି ତାହା ବହୁତ ସ୍ୱାଗତ ଯୋଗ୍ୟ ଅଟେ | ସେହି ସ୍ଥାନ କାହା ବାପାର ସମ୍ପତି ନୁହଁ | ଖୋଦ ଜଗନ୍ନାଥ ଙ୍କ ସମ୍ପତି ଅଟେ | ବର୍ତମାନ 10 ଭାଗ କାମ ହୋଇଛି, ଆହୁରି ନବେ ଭାଗ ଜାଗା ରହିଛି କିଛି ନୂତନ ନବୀ କରଣ କରିବା ପାଈଁ | ଯାହାଦ୍ୱାରା ଜନସାଧରଣ ଙ୍କ ବହୁବିଧ ସମସ୍ୟା ର ସମାଧାନ ହୋଇ ପାରିବ ଏବଂ ଠାକୁରଙ୍କ ନିଜ ସ୍ଥାନ ନିଜ ପାଖରେ ରହି ଲୋକଙ୍କ କାମ ରେ ଲାଗିବ | ତେଣୁ ଲୋକଙ୍କ କହିବା କଥା ହେ ପରିଚାଳନା ସଭାପତି, ସଦସ୍ୟ, ଓ ଜଗନ୍ନାଥ ପ୍ରେମୀ, ତଥା ଯୁବଗୋଷ୍ଟି, ବ୍ୟବସାୟୀ ମାନେ ନିଶ୍ଚିନ୍ତରେ ଆଗକୁ ମାଡିଚାଲ ସେହି ଠାକୁରଙ୍କ ନାମକୁ ସ୍ମରଣ କରି | କାର୍ଯ୍ୟକ୍ରମ ସମୟରେ ଯେଉଁ ବାଧା ବିଘ୍ନ ଆସିବ ତାକୁ ପ୍ରଭୁ ଚକ୍ର ଆଢୁ ଆଳ କରି ରକ୍ଷା କରିବେ | ତୁମ ମାନଙ୍କ ମନରେ ଶତ ସିଂହ ର ବଳ, ସାହସ ପ୍ରଭୁ ଦିଅନ୍ତୁ ଏତିକି ତାଙ୍କ ପାଖେ ସମସ୍ତ ଙ୍କ ପାର୍ଥନା |
