ରୋଟାରୀକ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ତରଫରୁ ଡାକ୍ତର ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସ ପାଳନ

ବ୍ରହ୍ମପୁର,(ବିଚିତ୍ରସାହୁ):-

ବିଶ୍ୱରେ ରୋଟାରୀ ସଂଗଠନ ତରଫରୁ ଡାକ୍ତର ଦିବସ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସ ରୂପେ ପାଳନ କରାଯାଇଥାଏ।ଏହି ପରିପ୍ରେକ୍ଷୀରେ ରୋଟାରୀକ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ତରଫରୁ ଧର୍ମ ନଗର-5ମ ଲାଇନସ୍ଥିତ ରୋଟାରୀ କମ୍ଯୁନିଟି ହଲ୍ ଠାରେ କ୍ଳବର ନବ ନିର୍ବାଚିତ ସଭାପତି (2025-26) ଡକ୍ଟର ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇ ଯାଇଛି।ଏହି ଉତ୍ସବରେ ଡାକ୍ତର କେ.ରୋଷନ କୁମାର,ଡାକ୍ତର ଏନ୍.ହିମାଂଶୁ ଚୌଧୁରୀ, ଡାକ୍ତର ଏମ୍.ଶିବରାମ କ୍ରିଷ୍ଣା,ଡାକ୍ତର ରୋନିତ ସାହୁ,ଡାକ୍ତର ସମ୍ବିତ ବେଗରାୟ, ଓ ଡାକ୍ତର ସମୀର ବାଗ୍ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏ.ମହେଶ୍ବର ପାତ୍ର, ଭଗବାନ ପାଢୀ ଓ ସୁଧାଂଶୁଶେଖର ସାବତଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମ୍ବର୍ଦ୍ଧନା ଉତ୍ତରରେ ରୋଟାରୀକ୍ଲବର ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମର ସମସ୍ତ ସମ୍ବର୍ଦ୍ଧିତ ବ୍ଯକ୍ତିତ୍ବ ଭୂୟସୀ ପ୍ରଶଂସା କରିଥିଲେ।ପ୍ରାକ୍ତନ ସଭାପତି ରୋଟାରିଆନ ରଂଜିତ କୁମାର ପାଢୀ ଏହି ସମାରୋହରେ ବକ୍ତବ୍ଯ ରଖିଥିଲେ।ଶେଷରେ ସଂପାଦକ ରୋଟାରିଆନ ଅଶ୍ବିନୀ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।କ୍ଳବର ବହୁ ପୂର୍ବତନ ସଭାପତି ଓ ସଭ୍ଯବୃନ୍ଦ ଏଥିରେ ସହଯୋଗ କରିଥିଲେ।

Smart Computer Ad
You might also like
error: Content is protected !!