ଶ୍ମଶାନରେ ଶିବଙ୍କ ବିଗ୍ରହ 

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ରଣ୍ଢା ଗ୍ରାମ ଶ୍ମଶାନରେ ଶିବଙ୍କ ବିଗ୍ରହ ସ୍ଥାପନ ହୋଇଛି l ଏହି କାର୍ଯ୍ୟକ୍ରମ ଶ୍ରୀ ଗଣେଶ ଅଟୋଷ୍ଟେଣ୍ଡ, ସ୍ଵର୍ଗଦ୍ଵାର କମିଟି ଏବଂ ରଣ୍ଢା ଗ୍ରାମବାସୀ ମାନଙ୍କ ମିଳିତ ଉଦ୍ୟମରେ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପାରିଛି l ପୁରୋହିତ ଅଶୋକ ପାଢ଼ୀଙ୍କ ପୌରହିତରେ ମୁକ୍ତେଶ୍ଵର ମନ୍ଦିରର ପୁଜା ଅର୍ଚ୍ଚନା କରାଯିବ ସହ ଶ୍ମଶାନରେ ବିଗ୍ରହ ସ୍ଥାପନ କରାଯାଇଥିଲା l ଶ୍ମଶାନ ପରିସରରେ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲl l ଗାଁର ଶ୍ମଶାନ ଏକ ପରିତ୍ୟକ୍ତ ସ୍ଥାନରେ ଥିଲା। ବର୍ଷ ବର୍ଷ ଧରି ରାସ୍ତାକଡ଼ରେ ଶ୍ମଶାନରେ ଚାଲିଥିଲା ଶବଦାହ l ବର୍ଷା ହେଲେ ଶବକୁ ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ପରିବାର ଲୋକେ। ଏଭଳି ସମୟରେ ୨୦୦୮ରେ ଗାଁର ଯୁବକ ମାନେ ଅଣ୍ଟା ଭିଡ଼ିଥିଲେ ଏହାର ଉନ୍ନତିକରଣ କରିବା ପାଇଁ। ସମସ୍ତେ ଶ୍ରମଦାନ ସହ ଅର୍ଥଦାନ କରିଥିଲେ। ଶେଷରେ ୨୦୧୫ ମସିହାରେ ଉନ୍ନତିକରଣ କାମ ଭିିତରେ ଶ୍ମଶାନରେ ଶବଦାହ ଗୃହ,ଶବଦାହ ସ୍ଥଳ, କର୍ମ ସ୍ଥଳ, ଷ୍ଟୋରେଜ ରୁମ୍ ଆଦି ସାଙ୍ଗକୁ ସାନବନ୍ଧ ପରିସରରେ ଦଶାହ କାର୍ଯ୍ୟ ନିମନ୍ତେ ଗୃହର ବ୍ୟବସ୍ଥା ମଧ୍ୟ ନିର୍ମାଣ କରାଯାଇଥିଲା l ସ୍ଵର୍ଗଦ୍ଵାର ରକ୍ଷଣାବେକ୍ଷଣ ଦାୟିତ୍ବ ସ୍ଵର୍ଗଦ୍ଵାର କମିଟି କରି ଆସୁଥିବା ବେଳେ ଶ୍ମଶାନରେ ଦେବ ଦେବ ମହାଦେବଙ୍କ ଏକ ବିଗ୍ରହ ସ୍ଥାପନ କରିବାକୁ ସ୍ଥିର କରାଗଲା l ରଣ୍ଢା ଶ୍ରୀ ଗଣେଶ ପାସେଞ୍ଜର ଅଟୋ ଷ୍ଟେଣ୍ଡର ସଭାପତି ଏବଂ ଅଟୋ ଷ୍ଟେଣ୍ଡର କର୍ମକର୍ତ୍ତା ସ୍ଵର୍ଗଦ୍ଵାର କମିଟି,ରଣ୍ଢା ଗ୍ରାମବାସୀ ଏବଂ ଶ୍ରୀ ଗଣେଶ ଅଟୋ ଷ୍ଟେଣ୍ଡର ର ମିଳିତ ଉଦ୍ୟମରେ ଆଜି ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି 

Smart Computer Ad
You might also like
error: Content is protected !!