ସର୍ଦାର ବଲଭଭାଇ ପଟେଲ ଙ୍କ 150 ତମ ଜନ୍ମ ଜୟନ୍ତୀ ଥାନା ଅଧିକାରୀ ଓ ସରପଞ୍ଚ ଙ୍କ ଦ୍ୱାରା ଜାମୁନି ପଞ୍ଚାୟତ ରେ ପାଳିତ |

ପୁରୁଷୋତ୍ତମ‌ପୁର,(ପ୍ରସନ୍ନ କୁମାର ଦାସ):-

ପୁରୁଷୋତ୍ତମପୁର ଥାନାପକ୍ଷରୁ ଲୌହ ପୁରୁଷ ସର୍ଦାର ବଲଭଭାଇ ପଟେଲ ଙ୍କ 150 ତମ ଜନ୍ମ ଜୟନ୍ତୀ ଜାମୁନି ଗ୍ରାମରେ ଏକ ରାଲି ସହ ଗଣ ଦୌଡ଼ ପଞ୍ଚାୟତ ଅଫିସ ଠାରୁ ବାହାରି ହାଇସ୍କୁଲ ରେ ଶେଷ ହୋଇ ଥିଲା | ଏହି କାର୍ଯ୍ୟ କ୍ରମ ରେ ଥାନା ଷ୍ଟାଫ ଓ ପଞ୍ଚାୟତ ଷ୍ଟାଫ, ଛାତ୍ର, ଗ୍ରାମବାସୀ,ବୁଦ୍ଧିଜୀବୀ ଯୋଗ ଦେଇଥିଲେ | ଏବଂ ଶେଷରେ ଥାନା ଏକାଦଶ ଓ ପଞ୍ଚାୟତ ଏକା ଦଶ ଙ୍କ ମଧ୍ୟରେଏକ ବନ୍ଧୁତ୍ବ ପୂର୍ଣ୍ଣ କ୍ରିକେଟ ମ୍ୟାଚର ମଧ୍ଯ ଆୟୋଜନ କରାଯାଇ ଥିଲା । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପଦାଙ୍କ ଅନୁସରଣ କରି ଦେଶବାସୀଙ୍କୁ ସଂଗଠିତ ଭାବେ ଏକତାର ସୂତ୍ରରେ

ବାନ୍ଧି ରଖୁବା ଏବଂ ସେମାନଙ୍କ ମନରେ ଦେଶପ୍ରେମ ଭାବନା ଜାଗ୍ରତ କରାଇବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଥାନା ଅଧିକାରୀ ରାଜେଶ କୁମାର ନାୟକ ଏବଂ ସ୍ଥାନୀୟ ସରପଞ୍ଚ ଇନ୍ଦ୍ରଜିତ ନାୟକଙ୍କ ମିଳିତ ପ୍ରୟାସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଟସ ଜିତିପ୍ରଥମେ ପଞ୍ଚାୟତ ଏକାଦଶ ୧୨ ଓଭରରେ ୬୪ ରନ କରିଥିବା ବେଳେ ପୋଲିସ ଏକାଦଶ ଦୁଇଟି ବଲ ବାକିଥାଇ ୬୫ ରନ କରି ବିଜୟୀ ହୋଇଥିଲେ। ଏହି ମହତ୍ୱ ପୂର୍ଣ୍ଣ କାର୍ଯ୍ୟକ୍ରମ ରେ ପଞ୍ଚାୟତର ଯୁବ ଗୋଷ୍ଠୀଙ୍କ ସହ ଥାନା କର୍ମଚାରୀମାନେ ସହାୟତା କରିଥିଲେ

You might also like
error: Content is protected !!