କେନ୍ଦ୍ର ସରକାର ଙ୍କ ୧୧ ବର୍ଷ ଓ ରାଜ୍ୟ ସରକାର ଙ୍କ ଏକ ବର୍ଷରେ ସରକାରୀ ଯୋଜନା ଗୁଡିକ ବିବରଣୀ ଲୋକଙ୍କ ପାଖରେ ପହଞ୍ଚାଇଲା ଭାରତୀୟ ଜନତା ପାର୍ଟି

ଆର,ଉଦୟଗିରି(ମନୋଜ ପାଢୀ):-

ଗଜପତି ଜିଲ୍ଲା ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ରେ ଥିବା ଗୁରୁଝୁଳୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ସଭା ଗୃହ ରେ ଗୁରୁଝୁଳୀ ଗ୍ରାମର ୫୨ ନମ୍ବର ବୁଥ ରେ କେନ୍ଦ୍ର ସରକାର ଙ୍କ ୧୧ ବର୍ଷ ଓ ରାଜ୍ୟ ସରକାର ଙ୍କ ଏକ ବର୍ଷ ଯୋଜନା ଉପରେ ଆଜି ଦିନ ଗୋଟାଏ ସମୟରେ ଆଲୋଚନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ଓଡିଶା ରେ ଏକ ବର୍ଷ ର ସରକାର ର ଉପଲବ୍ଧି ବିଷୟ ରେ ଲୋକଙ୍କୁ ବୁଝାଇଥିଲେ। ଆଗାମୀ ଦିନରେ ସରକାର ଙ୍କ ସମସ୍ତ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚି ପାରିବ ତାହା ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ରେ ରାଜ୍ୟ ଓବିସି ମୋର୍ଚ୍ଚା ସଦସ୍ୟ ଜିତେନ୍ଦ୍ର କୁମାର ବେହେରା, ଅଡବା ମଣ୍ଡଳ ସଭାପତି ରାଜେନ୍ଦ୍ର ପାତ୍ର, ସାଧାରଣ ସମ୍ପାଦକ ମୁକ୍ତିମଣ୍ଡପ ଦଣ୍ଡସେନା, ଆଣ୍ଟି ରାମାରାଓ ଆଚାରୀ,ଉପସଭାପତି ମହେଶ୍ଵର ରାଉତ ଙ୍କ ସହ ବହୁ ସଂଖ୍ୟା ରେ ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ l

You might also like
error: Content is protected !!