ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):-
ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣ ରେ ଏ ଆଇ ସି ସି ର ନିର୍ଦେଶ କ୍ରମେ ଖଲ୍ଲିକୋଟ ବିଧାନ ସଭା ବିଧାୟକ ପାର୍ଥି ହୋଇଥିବା ଚିତ୍ରସେନ ବେହେରା ଙ୍କ ନେତୃତ୍ୱ ରେ ନଗର ସଭାପତି ଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |
ଏଥିରେ ମୁଖ୍ୟ ବିଷୟ ବସ୍ତୁ ଥିଲା ସମ୍ଵବିଧାନ କୁ କିପରି ବଞ୍ଚା ଯାଇ ପାରିବସେଉପରେ ବିସ୍ତୃତ ଭାବେ ଆଲୋଚନା କରା ଯାଇଥିଲା |
ସମ୍ବିଧାନ କୁ କିପରି ବର୍ତ୍ତମାନ ର ଶାସକ ବିଜେପି ସରକାର ହତ୍ୟା କରୁଛି ସେ ଉପରେ ଆଲୋକ ପାତ କରି ବକ୍ତା ମାନେ ମତ ଦେଇଥିଲେ | ମହିଳା ମାନେ ବର୍ତ୍ତମାନସୁରକ୍ଷିତନୁହନ୍ତି, ସେମାନଙ୍କୁ ଗଣ ଧର୍ଷଣ, ଦୁଷ୍କର୍ମ କରାଯାଇ ହତ୍ୟା କରିଦିଆ ଯାଉଛି | ଯାହାକି ଶାସକ ସରକାର ଙ୍କସମୟ ରେଏହା ବଢ଼ି, ବଢ଼ି ଚାଲିଛି, ତାଉପରେ ବିଜେପି ସରକାର କୌଣସି ପଦକ୍ଷପ ନେବାରେ ସଫଳ ହୋଇ ପାରୁନାହାନ୍ତି | ଯାହାକି କରୁଛନ୍ତି ତାହା ଆଖି ଦୃସିୟା ନୁହଁ ବୋଲି କଂଗ୍ରେସ ମତ ଦେଇଛି | ଯଦି ଏପରି ମନମୁଖୀ କାର୍ଯ୍ୟ ସହିତ ମହିଳା ମାନଙ୍କୁ ସୁରକ୍ଷା, ଦେବାରେ ସରକାର ଟାଳ, ଟୁଳ, ନିତି ଗ୍ରହଣ କରନ୍ତି ତେବେ କଂଗ୍ରେସ କେବେବି ଚୁପ ହୋଉ ବସିରହିବନି, ବରଂ ରାଜରାସ୍ତା କୁ ଓହ୍ଲାଇ ଏହାର ଦୃଢ଼ ବିରୋଧ କରିବ ବୋଲି ଉପସ୍ଥିତ ନେତା,କର୍ମୀ ମାନେ ମତ ଦେଇଥିଲେ |
ଏହି କାର୍ଯ୍ୟ କ୍ରମରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଚିତ୍ର ସେନ ବେହେରା ,ନଗର କଂଗ୍ରେସ ସଭାପତି ମନୋରଞ୍ଜନ ଦାଶ,ପୁରୁଷୋତ୍ତମ ପୁର ପ୍ରଭାରୀ ଶ୍ରୀ ଶରତ ଚନ୍ଦ୍ର ଦାଶ, ଶ୍ରୀନିଵାସ ପ୍ରଧାନ, ଚିରଞ୍ଜିବି ବିଷୋୟୀ , ମାଧବା ନନ୍ଦ ଦାଶ, ରାମ ଚନ୍ଦ୍ର ବେହେରା, ମାଧବ ମହାରଣା, ସନ୍ତୋଷ କୁମାର ଗୌଡ଼, ମନୋଜ କୁମାର ରାଉଳ, ଭାଗିରଥି ଗୌଡ଼, ସୁଶାନ୍ତ ଗୌଡ଼, ଓ ଯୁଧିଷ୍ଠିର ଦୋରା ଙ୍କ ସମେତ ଶହ, ଶହ କଂଗ୍ରେସସ ପ୍ରେମୀ ବୈଠକ ରେ ଯୋଗ ଦେଇ ଥିଲେ | ଏହା ସହ ସୁନୀଲ ବେହେରା ରାମ କୃଷ୍ଣ ପାଢି କାମନା ପାଢି ଓ ବୟୋଜ୍ୟେଷ୍ଠ ନେତା ଜଗନ୍ନାଥ ବେହେରା (ଅଧିକାରୀ) ନୀଳାଞ୍ଚଳ ବେହେରା ପ୍ରମୁଖ ଉପସ୍ଥିତ ଥିଲେ