ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ):-
ପ୍ରତିବର୍ଷ ଭଳି ଚଳିତ ବର୍ଷ ଆମ୍ ସଂସ୍କୃତି ଆମ ପରମ୍ପରା ତରଫରୁ କଣ୍ଢେଇ ଯାତ୍ରା ଅନୁଷ୍ଠିତ ହେବ l ଜୁଲାଇ ୧୦ତାରିଖ ରେ ଖାସ୍ପାସାହି ଠାରେ ଏହା ଅନୁଷ୍ଟିତ ହେବାକୁ ଯାଉଛି।ଏକ ପ୍ରସ୍ତୁତି ବୈଠକ ଠାକୁରାଣୀ ମନ୍ଦିର ନିକଟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି l ସଭାପତି ସୂଯ୍ୟନାରାୟଣ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ସାଧାରଣ ସଂପାଦକ ଗୋପାଳ ପଟ୍ଟନାୟକ କଣ୍ଢେଇ ଯାତ୍ରା ର ପରମ୍ପରା ସଂପର୍କ ରେ ସୂଚନା ଦେଇଥିଲେ । ସାଂସ୍କୃତିକ ସଂପାଦକ ସୁଦୀପ କୁମାର୍ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଚଳିତ ବର୍ଷ ସ୍ଥାନୀୟ କଳାକାର ମାନଙ୍କୁ ଅଧିକ ଗୁରୁତ୍ଵ ଦିଆଯିବ ବୋଲି କହିଥିଲ l