ଉତ୍କଳ ସାମ୍ୱାଦିକ ସଂଘର ବୈଠକ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ସ୍ଥାନୀୟ ରାଜସ୍ବ ଡାକ ବଙ୍ଗଳା ପରିସରରେ ଉତ୍କଳ ସାମ୍ୱାଦିକ ସଂଘ (ବ୍ରହ୍ମପୁର) ଶାଖାର ତ୍ରୟ ମାସିକ ସାଂଗଠାନିକ ବୈଠକ ଅନୁଷ୍ଟିତ ହୋଇଯାଇଛି l ସଭାପତି କ୍ଷେତ୍ରବାସୀ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟ ସଂଘର ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ମିଶ୍ର ଏଥିରେ ସଭାପତିତ୍ବ କରିଥିଲେ l ଗତ ଦିନର କାର୍ଯ୍ୟ ଏବଂ ଆସନ୍ତା ଦିନର ବିଭିନ୍ନ କାର୍ଯ୍ୟକ୍ରମ ଦିଗରେ ଆଲୋଚନା ହୋଇଥିଲା l ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢ଼ିଚାଲିଛି l ଏଭଳି ଘଟଣାକୁ ନିନ୍ଦା କରାଯାଇଛି l ଉପସଭାପତି ହେମନ୍ତ କୁମାର ପାତ୍ର ବିଭିନ୍ନ କାର୍ଯ୍ୟ ଦିଗରେ ଆଲୋଚନା କରିଥିଲେ l ସଂପାଦକ ରାଜେନ୍ଦ୍ର କୁମାର ସାହୁ ଆସନ୍ତା ଦିନର ବିଭିନ୍ନ ପ୍ରକାର କାର୍ଯକ୍ରମ ନେଇ ଆଲୋଚନା କରିଛନ୍ତି l ସାଂଗଠାନିକ ସମ୍ପାଦକ ମୋନରଞ୍ଜନ ଦଳାଇ , ଉପଦେଷ୍ଟା ରବି ମହାରଣା,ଯୁଗ୍ମ ସଂପାଦକ ଜଗଦାନନ୍ଦ ଦାସ,କୋଷାଧ୍ୟକ୍ଷ ଜିବନାନନ୍ଦ କର,ସଦସ୍ୟ ସୁର୍ଯ୍ୟ ଦାସ, ବିଚିତ୍ର ସାହୁ,ମୃତୁଞ୍ଜୟ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l ବରିଷ୍ଠ ସାମ୍ବାଦିକ ଅଭୟ ପାଢ଼ୀ,ବକ୍ତବ୍ୟ ରଖିଥିଲେ l ବିଭିନ୍ନ ଖବର କାଗଜର ବରିଷ୍ଠ ଓ କନିଷ୍ଠ ସାମ୍ୱାଦିକ ଉପସ୍ଥିତ ଥିଲେ 

You might also like
error: Content is protected !!