ଦୋଷୀଙ୍କୁ ଗିରଫ ଦାବିରେ ଥାନା ଘେରାଉ କରେ ଶତାଧୀକ ମହିଳା ଓ ପୁରୁଷ

ଆର,ଉଦୟଗିରି(ମନୋଜ ପାଢୀ):-

ଗଜପତି ଜିଲ୍ଲା ରାମଗିରି ଥାନା ନୁଆସାହି ର ଏକ ଘାଇରୁ କଡମାସିଂ ଗ୍ରାମର ରାମଚନ୍ଦ୍ର ନାୟକ ନାମକ ଏକ ବ୍ୟକ୍ତିଙ୍କ ହାତଗୋଡ଼ ବନ୍ଧା ମୃତଦେହ ଗତ ୨୫ ତାରିଖରେ ଉଦ୍ଧାର କରିଥିଲା ରାମଗିରି ପୋଲିସ। ହେଲେ ରାମଟନ୍ଦ୍ରକୁ କେହି ହତ୍ୟା କରି ଘାଇରେ ଫିଙ୍ଗି ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ସେଥି ସହ ସେହି ଗାଁ ପାଖାପାଖି କିଛି ଲୋକଙ୍କୁ ସନ୍ଦେହ କରୁଥିବା ପୋଲିସ ଆଗରେ ଅଭିଯୋଗ କରିଥିଲେ ତାଙ୍କ ବଡ ଭାଇ ବରୁଣ। ହେଲେ ଆଜି ସୁଦ୍ଧା କାହାରିକୁ ପୋଲିସ ଗିରଫ କିବା ଅଟକ ରଖି ନଥିବା ଜାଣି କଡମାସିଂ ଗ୍ରାମର ୧୫୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଥାନାକୁ ଆସି ହୋ ହାଲ୍ଲା କରି ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ଥାନା ଅଧିକାରୀ ଗଜପତି ଦୋରା ଓ ତାଙ୍କ ଟିମ ଯାଇ ୪ ଜଣଙ୍କୁ ଆଣି ଥିଲେ। ତଥାପି ଲୋକେ ଶାନ୍ତ ନହୋଇ ବାକି ଦୋଷୀଙ୍କୁ ମଧ୍ୟ ଧରିବାକୁ ଜିଦ ଧରିଥିଲେ। ପରେ ପୋଲିସ ଆଉ ୩ ଜଣଙ୍କୁ ଧରି ଆଣିଥିଲେ। ଯଦି ଆଉ କେହି ଏଥିରେ ସଂପୃକ୍ତ ଥିବେ ଅତି ଶୀଘ୍ର ସେମାନଙ୍କୁ ମଧ୍ୟ ଧରି ଆଣିବା ଲାଗି ପ୍ରତିସୃତି ଦେଲାପରେ ଲୋକେ ସେଠୁ ଥାନା ଛାଡିଥିଲେ

Smart Computer Ad
You might also like
error: Content is protected !!