ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଜଟଣୀ: ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଘଟଣା ଓ ରାଜ୍ୟବ୍ୟାପୀ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ବିଜେପି ସରକାରଙ୍କ ବିରୁଦ୍ଧରେ ଜଟଣୀ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ଜଟଣୀ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ ନେତ୍ତୃତ୍ୱରେ ଜିଲ୍ଲା ବିଜେଡି ଯୁବ ସଭାପତି ରାଜେଶ ପରିଡ଼ା, ରାଜ୍ୟ ସମ୍ପାଦକ ଦେବୁ ପ୍ରସାଦ ରାଉତରାୟ, ଜଟଣୀ ନଗର ବିଜେଡି ସଭାପତି ଆଶୁତୋଷ ପ୍ରତାପସିଂହ, ଜଟଣୀ ଯୁବ ସଭାପତି ପବିତ୍ର ବିଶ୍ୱାଳ,
ଛାତ୍ର ବିଜେଡି ସଭାପତି ସାଗର ସାମନ୍ତରାୟ, ପ୍ରିୟାଂଶୁ ବେହେରାଙ୍କ ସମେତ ଦଳର ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।