କଣ୍ଟିଲୋ,(ପ୍ରଭାକର ଶିରୋମଣି);-
ଓଡ଼ିଶା ସରକାର ଙ୍କ ନିର୍ଦ୍ଦେଶକ୍ରମେ ବୁଧବାର କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟରେ ଆନୁଷ୍ଠାନିକ ଭାବେ ” ସମ୍ବିଧାନ ହତ୍ୟା ଦିବସ ” ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ତଥା ଅଧକ୍ଷା ଡ଼ ନନ୍ଦିତା ବାରିକଙ୍କ ଅଧ୍ୟକ୍ଷତାରେ ଅଧ୍ୟାପକ ହୃଷିକେଶ ମିଶ୍ର , ଅଧ୍ୟାପକ ପ୍ରଭାତ କୁମାର ବେହେରା, ଅଧ୍ୟାପକ ସୁମନ୍ତ କୁମାର ଜେନା , ଅଧ୍ୟାପିକା ସରଳା ବେହେରା , ଡ଼ ନିରୋଜ କୁମାର ମନ୍ତ୍ରୀ ଯୋଗଦେଇ ୧୯୭୫ ମସିହା ଜୁନ ୨୫ ତାରିଖରେ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ରେ ନାଗରିକମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ବିଶେଷ କରି ନାଗରିକଙ୍କ ଅଧିକାର , ପ୍ରେସ ଓ ଅଭିବ୍ୟକ୍ତିର ସ୍ବାଧୀନତାର କଣ୍ଠରୋଧ , ସାଧାରଣ ନାଗରିକଙ୍କ ମୁକ୍ତ ଭାଷଣର କଣ୍ଠରୋଧ ,ସାମୁହିକ ବନ୍ଧ୍ୟାକରଣ ,ଲକ୍ଷାଧିକ ସଂଗ୍ରାମୀଙ୍କୁ କାରାବରଣ ଆଦି ଅମାନୁଷିକ କାର୍ଯ୍ୟ ,ଜରୁରୀକାଳୀନ ପରିସ୍ଥିତି ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକାମାନେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ତଥ୍ୟ ଆଧାରରେ ବିଶ୍ଳେଷଣ କରିଥିଲେ । ଅଧ୍ୟକ୍ଷା ଡ଼ ନନ୍ଦିତା ବାରିକ ଗଣତନ୍ତ୍ରର ରୂପରେଖ ସମ୍ଵନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ନିଜର ଉପଯୁକ୍ତ ସମ୍ଭାଷଣ ପ୍ରଦାନ କରିଥିଲେ। ଡ଼ ନିରୋଜ କୁମାର ମନ୍ତ୍ରୀ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀମତୀ ସରଳା ବେହେରା ଧନ୍ୟବାଦ୍
ଅର୍ପଣ କରିଥିଲେ । ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ସଭା ସାଙ୍ଗ କରାଯାଇଥିଲା