ଟାଙ୍ଗିଲି ପଞ୍ଚାୟତରେ ବିକାଶ ରଥକୁ ସ୍ବାଗତ 

ଆର,ଉଦୟଗିରି,(ମନୋଜ ପାଢୀ):-

ଗଜପତି ଜିଲ୍ଲା ନୁଆଗଡ ବ୍ଳକର ଟାଙ୍ଗିଲି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିକାଶ ରଥକୁ ସ୍ବାଗତ ସହିତ ଧରତି ଅବା ଜନଜାତୀୟ ଗ୍ରାମ ଉକର୍ଷ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ବିଡିଓ ଲୋକନାଥ ଶବରଙ୍କ ସମେତ ସମସ୍ତ ଲାଇନ ବିଭାଗର ଅଧିକାରୀ ଉପସ୍ଥିତ ରହି ରଥକୁ ସ୍ବାଗତ କରିବା ସହ ସଚେତନତା ସଭା, ପରିଚାଳନା ଚକ୍ର ଜନସମ୍ପର୍କ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ଦ୍ବାରା ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର ଭଳି ବିଭିନ୍ନ ଜନହିତକାର ଯୋଜନା ବିଷୟରେ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ଯୋଜନାରୁ ବଞ୍ଚିତ ପରିବାରଙ୍କୁ ବିଭିନ୍ନ ବିଭାଗ ତରଫରୁ ସେବା ଯୋଗାଇ ଦିଆଯାଇଥିଲା । ନୂତନ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟକାର୍ଡ, ରାସନାକାର୍ଡ, ଭତ୍ତା, ଆଧାରକାର୍ଡ, ଗ୍ରାମୀଣଗୃହ ଆଦେଶ ପତ୍ର, ମନରେଗା ଯୋଜନା ଅଧୀନରେ କାର୍ଯ୍ୟ ଆଦେଶ ପତ୍ର ଜଙ୍ଗଲ ଜମିପଟା, ପିଏମ ବିଷାନ, ସିଏମ କିଷାନ ପତ୍ର ବଣ୍ଟନ କରି ଲୋକଙ୍କୁ ଅନେକ ଜନମଙ୍ଗଳକାରୀ ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇଥିବା ପଞ୍ଚାୟତ ସରପଞ୍ଚ ସିଙ୍ଗନା ରଇତ ସୁଚନା ଦେଇଛନ୍ତି

You might also like
error: Content is protected !!