ପଦ୍ମପୁର ଗ୍ରାମରେ ସ୍ଥିତ ହନୁମାନ ମନ୍ଦିର ସମ୍ମୁଖରେ ବାଇକ୍ ରୁ ପଡ଼ି ଦୁଇ ଯୁବକ ଗୁରୁତର।

ଆର,ଉଦୟଗିରି,(ମନୋଜ ପାଢୀ):-

ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ସ୍ଥିତ ହନୁମାନ ମନ୍ଦିର ନିକଟରେ ବାଇକ୍ ରୁ ପଡ଼ି ଦୁଇ ଯୁବକ ଗୁରୁତର ହୋଇ ଥିବା ସୂଚନା ମିଳିଛି। ଦୁଇ ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଅଗ୍ନିଶମ ଯବାନ ମାନେ ଉଦ୍ଧାର କରି ରାୟଗଡ଼ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ।ଗୁରୁତର ଦୁଇ ଯୁବକ ମାନେ ହେଲେ ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ସାନତୁଣ୍ଡି ଗ୍ରାମ ର ୨୦ ବର୍ଷୀୟ ଅରୁଣ ଭୂୟାଁ ଏବଂ ୨୦ ବର୍ଷୀୟ କୈଳାଶ ଭୂୟାଁ ବୋଲି ଜଣା ପଡିଛି । ଅରୁଣ ଭୂୟାଁ ର ଅବସ୍ଥା ସଙ୍କଟ ପୂର୍ଣ୍ଣ ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ଆଜି ଛଟା ବେଳେ ସୂଚନା ମିଳିଛି।

You might also like
error: Content is protected !!