ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପାଳିତ

ଆର,ଉଦୟଗିରି(ମନୋଜ ପାଢୀ)

ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ, ମାନ୍ୟବର ଜିଲ୍ଲା କଂଗ୍ରେସ କମିଟି ସଭାପତି ଏବଂ ମୋହନା ବିଧାୟକ ମହୋଦୟ ଙ୍କ ନେତୃତ୍ବରେ, ଆମର ପ୍ରିୟ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧି ଙ୍କର ୫୫ ତମ ଜନ୍ମଦିନ ପାଳିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଧୁମ୍ ଧାମ୍ ରେ ଜନ୍ମଦିନ ପାଳନ କରାଯାଇଥିଲା। ପ୍ରଥମେ ପୂର୍ବତନ ବିଧାୟକ ତ୍ରିନାଥ ସାହୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପରେ, ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସର ମଧ୍ୟରେ କେକ୍ କଟାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗ ଦେଇଥିଲେ। ମୋହନା ବିଧାୟକ ଙ୍କ ସମେତ ପୁରୁଖା ନେତା ଅଭିମନ୍ୟୁ ପଣ୍ଡା, ଗରୁଡ ଧ୍ଵଜ ଚୌଧୁରୀ,ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ ଅଧିକାରୀ, କଂଗ୍ରେସ ନେତ୍ରୀ ଜସ୍ମିନ ଶେଖ, ଶ୍ରୀମତୀ ରଞ୍ଜିତା ପାଣିଗ୍ରାହୀ, ପାର୍ଥ ପାଳ,କୁନା ମାଝୀ, ଯୁବ ନେତା ସରୋଜ ମିଶ୍ର, ତ୍ରିନାଥ ପାତ୍ର, ବିଷ୍ଣୁ ପାଢ଼ୀ, ମୁନା ମହାରଣା, ବଳିଆ ପଣ୍ଡା, ସଂଗ୍ରାମ ସାହୁ, ବାବୁଲି ସାହୁଙ୍କ ସହ ସମସ୍ତ ବରିଷ୍ଠ କଂଗ୍ରେସ ନେତା, କର୍ମୀ, ମହିଳା, ଯୁବ, ଛାତ୍ର ଆଦି ସମସ୍ତେ ଉପସ୍ଥିତ ରେ ଆଡମ୍ବର ସହିତ ରାହୁଲ ଗାନ୍ଧୀ ଙ୍କ ଜନ୍ମ ଦିନ ପାଳନ କରାଯାଇଥିଲା।

You might also like
error: Content is protected !!