ପୂର୍ବତନ ବ୍ଲକ ଅଧକ୍ଷଙ୍କ ପ୍ରଥମ ଶ୍ରାଦ୍ଧ ବର୍ଷିକୀ ଅବସରରେ ସ୍ମୁତିଚାରଣ ସଭା ଅନୁଷ୍ଠିତ

କୁକୁଡାଖଣ୍ଡି,ଇ,ରଞ୍ଜନ 

କୁକୁଡାଖଣ୍ଡି ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସମ୍ମିଳନୀ କକ୍ଷରେ ପ୍ରଶାସନ ଓ ଜନପ୍ରତିନିଧି ମାନଙ୍କ ମିଳିତ ରେ କୁକୁଡାଖଣ୍ଡି ପୂର୍ବତନ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ତିଥି ଅନୁଯାଇ ପରିବାର ପକ୍ଷରୁ ସ୍ବର୍ଗତ କାମାକ୍ଷା ପ୍ରସାଦ ପାତ୍ର ଙ୍କ ବାସଭବନ ଠାରେ ପାଳିତ ହୋଇଥିବା ବେଳେ ସେହିପରି କୁକୁଡାଖଣ୍ଡି ବ୍ଲକ ରେ ପରିସରରେ ମଧ୍ୟ ବର୍ତ୍ତମାନ ଭାରପ୍ରାପ୍ତ ଅଧକ୍ଷା ବିଷ୍ନୁପ୍ରିୟା ପାତ୍ରଙ୍କ ନେତୃତ୍ୱ ରେ ପାଳିତ ହୋଇଯାଇଛି ଏହା ତିଥି କୁ ଦୃଷ୍ଟି ଅନୁଯାଇ ହୋଇଥିବା ବେଳେ ପୁନଃ ତୀରଧାନ ଦିବସ ଆଗାମୀ ଜୁନ ୮ରେ ପାଳନ କରାଯିବ ବୋଲି ତାଙ୍କ ନିକଟତମ ବନ୍ଧୁ ମଣିବାବୁ ଏବଂ ଶିବରାମ ପାତ୍ର କହିଛନ୍ତି l ଏଥିରେ ସ୍ବର୍ଗତ ଶ୍ରୀ ପାତ୍ରଙ୍କ ସ୍ମୁତି ଉଦେଶ୍ୟ ରେ ତାଙ୍କ ଫୋଟ ଚିତ୍ରରେ ପୁଷ୍ପ ଅର୍ପଣ କରି ନିରବ ପ୍ରାର୍ଥନା କରାଯାଇଛି l ଏଥିରେ ବହୁ ଜନ ପ୍ରତିନିଧି ଓ ସ୍ବର୍ଗତ ପାତ୍ରଙ୍କ ସହଯୋଗୀ ଏବଂ ପ୍ରଶାସନ ଅଧିକାରୀ ଉପସ୍ଥିତ ରହି ସ୍ବର୍ଗତ ଶ୍ରୀ ପାତ୍ରଙ୍କ କାର୍ଯ୍ୟଦକ୍ଷତା କୁ ନେଇ ଗୁଣଗାନ କରିବା ସହ ତାଙ୍କ ଆମରଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ l ସ୍ବର୍ଗତ ଶ୍ରୀ ପାତ୍ରଙ୍କ ରାଜନୈତିକ ସମୟରେ କୁକୁଡାଖଣ୍ଡି ଅଞ୍ଚଳର ବେଶ ବିକାଶର ଅଗ୍ରଗତି ହୋଇଥିବା ନେଇ ଉପସ୍ଥିତ ସମସ୍ତ ପ୍ରତିନିଧି ଏବଂ ପ୍ରଶାସନ ଅଧିକାରୀ ମାନେ ଦୃଡକ୍ତିର ସହ ପ୍ରକାଶ କରିଛନ୍ତି l ଏଥିରେ କୁକୁଡାଖଣ୍ଡି ବିଡ଼ିଓ ପୋଲ୍ଲବୀ ସ୍ୱାଇଁ,ସହକାରୀ ଯନ୍ତ୍ରୀ ଅନୁରାଗ ରଥ,ସରପଞ୍ଚ ସଙ୍ଘ ସଭାପତି ବୈଶିଷ୍ଟ୍ୟ ଜେନା,ପୂର୍ବତନ ଅଧକ୍ଷ ଦିଲ୍ଲୀପ ପାତ୍ର,ମିଟୁ ବିଶ୍ୱାଳ, ସନ୍ତୋଷ ଚୌଧୁରୀ,ବିଜେଡି ବ୍ଲକ ସଭାପତି ସୀତାରାମ ସାହୁ,କୈଳାଶ ବିଷୟୀ, ରାଧାମୋହନ ସେଠି, ଅନିଲ ଗୌଡ଼,କାମେଶ୍ୱର ବିଶ୍ୱାଳ, ଚିତ୍ରସେନ ବିଷୟୀଙ୍କ ସମେତ ବହୁ ଜନପ୍ରତିନିଧି ଓ ବ୍ଲକର ସମସ୍ତ କର୍ମଚାରି,ସମସ୍ତ ସାମ୍ବାଦିକ ଏମ୍ବିକେ, ସିଅର୍ପି,ଉପସ୍ଥିତ ରହି ସ୍ବର୍ଗତ ଶ୍ରୀ ପାତ୍ରଙ୍କ ଫୋଟ ରେ ପୁଷ୍ପ ପ୍ରଧାନ କରି ତାଙ୍କ କର୍ମ ଉପରେ ଆଲୋଚନା କରାଯାଇଛି 

Smart Computer Ad
You might also like
error: Content is protected !!