ବାଲିଗୁଡା : ୧୯/୦୫[ସୁକାନ୍ତ କୁମାର ତ୍ରିପାଠୀ]କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ପୋଲିସ୍ ପକ୍ଷରୁ ଏକ ଗଣ ଦୁଷ୍କର୍ମ ମାମଲା ର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଏସଡିପିଓ ରାମେନ୍ଦ୍ର ପ୍ରସାଦ । ସୂଚନା ମୁତାବକ ବାଲିଗୁଡ଼ା ଥାନାର ବାରଖମା ଫାଣ୍ଡି ଅଞ୍ଚଳର ଜଣେ ଝିଅ ବାଲିଗୁଡ଼ା ପାର୍କକୁ ବୁଲିବାକୁ ଆସୁଥିବା ସମୟରେ ଜଣେ ଅଟୋ ଡ୍ରାଇଭର ତାକୁ ଘରକୁ ଛାଡ଼ିବାକୁ ପାଇଁ କହି ବାଲିଗୁଡ଼ା ଅଞ୍ଚଳରେ ଗୋଟିଏ ଭଡ଼ା ଘରେ ତାକୁ ଜୋର୍ ଜବରଦସ୍ତ ଘରେ ରଖି ତାକୁ ଜଣେ ପରେ ଜଣେ ଦୁଷ୍କର୍ମ କରୁଥିବା ସୂଚନା ମିଳିଛି । କିଛି ଦିନ ପରେ ପିଡୀତ ବାଧ୍ୟ ହୋଇ ପାଟି କରିବା ପରେ ପଡୋଶୀ ଓ ସ୍ଥାନୀୟ
ଲୋକ ଜାଣି ପାରି ବାଲିଗୁଡ଼ା ଥାନା ପୋଲିସ୍ ୧୧୨ ନଂ କୁ ଫୋନ୍ ଯୋଗେ ଖବର ଦେଇଥିଲ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଝିଅକୁ ଉଦ୍ଧାର କରିବା ସହିତ ଅଟୋ ଚାଳକ ଓ ଅନ୍ୟ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ଡାକ୍ତରୀ ମା ଇନା ପରେ ପୀଡ଼ିତା କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଗଣ ଦୁଷ୍କର୍ମ ମାମଲା କେଶ ନଂ ୧୫୮ /୨୫ ରେ ତିନି ଜଣ ଆସାମୀ କୋର୍ଟ ଚାଲାଣ କରିବା ସହିତ ଗୋଟିଏ ଅଟୋକୁ ପୋଲିସ୍ ଜବତ୍ କରିଥିବା ସୂଚନା ଦେଇଥିବା ବେଳେ ତିନି ଜଣ ଆସାମୀ ହେଲେ ବାଲିଗୁଡ଼ା ଅଞ୍ଚଳର ବୋଲି ଜଣାପଡିଛି।
