ନୂଆ ଅଧିକ୍ଷଣ ଯନ୍ତ୍ରୀ ଙ୍କ ନୂତନ ମାଳବନ୍ଧ ପରିଦର୍ଶନ

    କଣ୍ଟିଲୋ,(ପ୍ରଭାକର ଶିରୋମଣି)

ରାଜ୍ୟର ପ୍ରମୁଖ ପର୍ଯ୍ୟଟନ  କେନ୍ଦ୍ର ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ କ୍ଷେତ୍ର ର ବିକାଶ ପ୍ରକଳ୍ପ ରେ ସାମିଲ ହୋଇଥିବା କଣ୍ଟିଲୋ ମହାନଦୀର ଦକ୍ଷିଣ ପାର୍ଶ୍ଵ ମାଳବନ୍ଧ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି l ଏହି ଅବସରରେ ନୟାଗଡ ଜିଲ୍ଲାରେ ନୂତନ କରି ଯୋଗ ଦେଇଥିବା ଜଳସମ୍ପଦ ବିଭାଗ  ଅଧିକ୍ଷଣ ଯନ୍ତ୍ରୀ ଇଂ ବୈକୁଣ୍ଠ ନାଥ ଦଳେଇ ଆଜି ଶୁକ୍ରବାର କଣ୍ଟିଲୋ ଆସି ମାଳବନ୍ଧ ନିର୍ମାଣ ସମ୍ବନ୍ଧରେ ସମସ୍ତ ତଥ୍ୟ ବିଷୟରେ ଉପସ୍ଥିତ ଥିବା  ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ  ତୃପ୍ତିମୟୀ ନାୟକ ଓ  କଣ୍ଟିଲୋ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଇଂ ରାମ ମୋହନ ବେହେରାଙ୍କ ସହିତ ଆଲୋଚନା କରିଥିଲେ l               ଅପର ପକ୍ଷରେ ମାଳବନ୍ଧ ସଂଲଗ୍ନ ମନ୍ଦି ର ପଶ୍ଚିମ ଦ୍ୱାର ଠାରୁ ଉତ୍ତର ଦ୍ୱାର ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ପରିକ୍ରମା ରାସ୍ତା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉ ନଥିବାରୁ ଓ ବହୁ ବିଳମ୍ବ ହେଉଥିବାରୁ ଏ ସମ୍ବନ୍ଧରେ ପଦକ୍ଷେପ ଗ୍ରହଣ କରିବାକୁ ଉପସ୍ଥିତ ଗ୍ରାମବାସୀ ଅଧିକ୍ଷଣ ଯନ୍ତ୍ରୀ ଇଂ  ଦଳେଇ ଙ୍କ ଦୃଷ୍ଟି  ଆକର୍ଷଣ କରିଥିଲେ l ଏହା ସହିତ ବିଦେଶୀ ପର୍ଯ୍ୟଟକ ମାନଙ୍କ ସୁବିଧା ନିମନ୍ତେ ମହାନଦୀର  ପ୍ରାକୃତିକ ସୌନ୍ଦର୍ଯ୍ୟ ବସି କରି ଉପଭୋଗ କରିବା ପାଇଁ ମାଳବନ୍ଧ ପାର୍ଶ୍ୱ ରେ କେତେକ ଚେୟାରର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଅନୁରୋଧ କରିଥିଲେ l ପରିକ୍ରମା ରାସ୍ତା ନିର୍ମାଣ ସ୍ଥିତି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବାକୁ ଯନ୍ତ୍ରୀ ଶ୍ରୀ ଦଳେଇ  ସୂଚନା ଦେଇଥିଲେ l  ଜଳସମ୍ପଦ ଯନ୍ତ୍ରୀ ନୂଆ କରି ନୟାଗଡ ରେ ଯୋଗ ଦେଇଥିବାରୁ କଣ୍ଟିଲୋ ଆସି ନୀଳମାଧବ ମନ୍ଦିର କୁ ଯାଇ ପ୍ରଭୁଙ୍କୁ ଦର୍ଶନ କରି ମନ୍ଦିର ବେଢା ପରିକ୍ରମା କରି ଥିଲେ l

Smart Computer Ad
You might also like
error: Content is protected !!