କୁକୁଡାଖଣ୍ଡି,(ଇ,ରଞ୍ଜନ):- କୁକୁଡାଖଣ୍ଡି ଭାରତର ଜମ୍ମୁ କଶ୍ମୀରର ପେହେଲଗାଁଓରେ ପାକିସ୍ଥାନର ଆତଙ୍କବାଦୀଙ୍କ ହିନ୍ଦୁ ପ୍ରତି ଅନ୍ୟାୟର ପ୍ରତିଫଳନ ବିଜୟ ହୋଇ ଥିବା ନେଇ ସରକାର ସ୍ୱଷ୍ଟି କରଣ କରିଥିଲେ l ଭାରତୀୟ ଙ୍କ ଉପରେ ଗୁଳି କରି ହତ୍ୟା କରିଥିବା ନେଇ ଭାରତ ପକ୍ଷରୁ ମଧ୍ୟ ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କରାଯାଇଥିଲା “ଅପରେସନ ସିନ୍ଦୁର ‘ । ଆଉ ଏହି ଅପରେସନରେ ଭାରତ ପାକିସ୍ଥାନରେ ଥିବା ଅନେକ ଆତଙ୍କବାଦୀ ଆଡ୍ଡାକୁ ଧ୍ୱସଂ କରିଥିଲା ଭାରତର ସେନା ଧକ୍ଷ ଓ ବୀର ଯବାନ ମାନେ । ଏଥିରେ ଭାରତର ତିନି ବାହୀନୀର ସେନା ସାମିଲ ହୋଇଥିଲେ । ଭାରତରେ ସେନା ମାନେ ଯେଉଁବିରତ୍ୱର ପରାକ୍ରମ ଦେଖାଇଥିଲେଏବଂ ପାକିସ୍ତାନ କୁ ତାର ଜବାବ ଦେଇଥିଲେ ତାହାକୁ ନେଇ ଦେଶ ବାସୀ ଏବେ ଗର୍ବିତ । ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ସେହି ସହିଦ ବୀର ମାନଙ୍କ ସ୍ମୃତି ଉଦେଶ୍ୟ ରେ ଏବଂ ତିନି ସେନା ବାହିନୀ ଙ୍କ ପରାକ୍ରମ ମନୋ ବଳ କୁ ସୁଦୃଢ କରିବା ପାଇଁ ଏହି ପରାକ୍ରମୀ ତ୍ରିରଙ୍ଗା ଯାତ୍ରା ଆରମ୍ଭ କରାଯାଇ ଥିଲା | ଏହା କୁକୁଡାଖଣ୍ଡି ବ୍ଲକ ପରିସରରୁ ବାହାରି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିରାଟ ବାଇକ ରାଲ୍ଲୀ ବାହାରି କୁକୁଡାଖଣ୍ଡି ଛକ ଦେଇ ଆସିଥିବା ବେଳେ ଏଥିରେ କର୍ମ ବୀର ଙ୍କ ମନ ବଳ କୁ ବୃଦ୍ଧି କରିବା ଉଦ୍ୟେଶ ରେ ବିଭିନ୍ନ ସ୍ଲୋଗାନ ଓ ଦେଶା ଆତ୍ମକ ଗାନ କରି ତହସିଲ ରେ ପହଂଚିଥିଲେ ଏଥିରେ ବ୍ଲକ ଓ ତହସିଲ, ସଦରଥାନା ପୁଲିସ ଏବଂ ବିଭିନ୍ନ ବିଭାଗୀୟ ନେତୃତ୍ୱ ରେ କାର୍ଯ୍ୟକ୍ରମ ସଫଳ ହୋଇଛି l ଏଥିରେ ବ୍ଲକ ଭାରପ୍ରାପ୍ତ ଅଧକ୍ଷା ବିଷ୍ନୁପ୍ରିୟା ପାତ୍ର,ତହସିଲଦାର ରାଜ କିଶୋର ପଟ୍ଟନାୟକ, ବିଡ଼ିଓ ପୋଲ୍ଲବୀ ସ୍ୱାଇଁ,ସିଡିପିଓ କୁସୁମ ସାହୁ,ସହକାରୀ ଯନ୍ତ୍ରୀ ଅନୁରାଗ ରଥ,ସମାଜ ସେବୀ ଉଦୟ ବେହେରା, ସରପଞ୍ଚ ବୈଶିଷ୍ଟ୍ୟ ଜେନା,ମୁରଲୀ ସେଠି, ଅନିଲ ଗୌଡ଼, କାମେଶ୍ୱର ବିଶ୍ୱାଳ,ଜିତେନ୍ଦ୍ର ସେଠି,ସନାତନ ସଂଗ୍ରାମ ସିଂ, ଚଣ୍ଡୀଚରଣ ସାହୁ,କୋଟି ଲକ୍ଷ୍ମୀ ନାରାୟଣ,ବିଏସଏସଓ ମନୋଜ ପ୍ରଧାନ, ସିମାଞ୍ଚଳ ମସ୍ତିଙ୍କ ସମେତ ବହୁ ଜନ ପ୍ରତିନିଧି ସମସ୍ତ ସରକାରୀ କର୍ମଚାରି ଉପସ୍ଥିତ ଥିଲେ l
