ଭଞ୍ଜନଗର,(ବିଚିତ୍ର ସାହୁ):-
ଆତଙ୍କବାଦ ବିରୋଧୀ ଅଭିଯାନ ‘ଅପରେସନ୍ ସିନ୍ଦୂର’ର ସଫଳତା ପରେ ଗୁରୁବାର ଭଞ୍ଜନଗରରେ,ଭାରତର ବୀର ସୈନିକ ମାନଙ୍କୁ ସେମାନଙ୍କ ସାହାସିକ ପଦକ୍ଷେପ କୁ ସଂମାନ ଜଣାଇ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ବିଶାଳ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ତରଫରୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବ୍ଳକ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ
ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଯୋଗଦେଇ ଏହି ତ୍ରିରଙ୍ଗା ବାଇକ୍ ଯାତ୍ରାକୁ ପତାକା ଦେଖାଇ ଉଦଘାଟନ କରିଥିଲେ।ସକାଳ ୮ଟାରେ ବାଇକ୍ ରାଲି ବାଉଁଶଲୁଣ୍ଡି ବାଇପାସ ଛକରୁ ଆରମ୍ଭ ହୋଇ ବାଉଁଶଲୁଣ୍ଡି,ମୁଖ୍ୟ ସଡକ,ତହସିଲ ଛକ,ବସଷ୍ଟାଣ୍ଡ,ମହାବୀର ଛକ,ଷ୍ଟେଟବ୍ୟାଙ୍କ୍ ଛକ,ଭେଜିପୁଟ,ଚକରା ବିଷୋୟୀ ଛକ,ଲଣ୍ଡେଇ ସାହି ଛକ ଦେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ପ୍ରଶାସନିକ ଅଧିକାରୀ,ଅବସର ପ୍ରାପ୍ତ ସୈନିକ ସଙ୍ଘ,ପୁଲିସ,ସରକାରୀ କର୍ମଚାରୀ, ଲୋକପ୍ରତିନିଧି ଏବଂ ସାଧାରଣ ଜନତା ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତରଂ ଧ୍ୱନି ଦେଇ ସହର ପରିକ୍ରମା କରିଥିଲେ। ଅପରେସନ୍ ସିନ୍ଦୂରର ସଫଳତା ପରେ ଆଜିର ଏହି ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ଯାତ୍ରା ଆତଙ୍କବାଦ ବିରୋଧରେ ଦେଶର ଅଭିଯାନକୁ ଆହୁରି ସଶକ୍ତ କରିବ। ତ୍ରିରଙ୍ଗାର ତିନି ରଙ୍ଗ ଆମକୁ ଶ୍ରଦ୍ଧା ଓ ସୌହାଦ୍ଦ୍ୟ ର ଆଦର୍ଶରେ ଅନୁପ୍ରାଣିତ କରିଥାଏ। ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୂକସାକ୍ଷୀ ବୋଲି ଅତିଥି ଗଣ କହିଥିଲେ
