ଭାରତର ବୀର ସୈନିକ ମାନଙ୍କୁ ସାହସିକ ପଦକ୍ଷେପକୁ ଉତ୍ସାହିତ କରିବା ନିମନ୍ତେ ଏକ ଶୋଭାଯାତ୍ରା ଆସନ୍ତା କାଲି ସକାଳ ୮ ଘଟିକାରେ ଅନୁଷ୍ଠିତ ହେବ ।
ଛତ୍ରପୁର, ତା ୧୦.୦୫.୨୦୨୫
ଭାରତର ବୀର ସୈନିକ ମାନଙ୍କ ସାହସିକ ପଦକ୍ଷେପ ଯୋଗୁଁ ସେମାନଙ୍କୁ ଆହୁରି ଉତ୍ସାହିତ କରିବା ପାଇଁ ଆସନ୍ତା କାଲି ମେ ୧୧ ତାରିଖ, ରବିବାର ଦିନ ସମଗ୍ର ରାଜ୍ୟରେ ଜନ ଶୋଭାଯାତ୍ରା ଆୟୋଜିତ ହେବ। ଏହି ଉପଲକ୍ଷେ ଗଞ୍ଜାମ ଜିଲ୍ଲାରେ ମଧ୍ୟ ମଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏଥି ସକାଶେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆଭସି ମାଧ୍ୟମରେ ଶନିବାର ହୋଇଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ଶୋଭାଯାତ୍ରା ସକାଳ ୮ ରୁ ଆରମ୍ଭ ହେବ ।
ଏହି ଶୋଭାଯାତ୍ରାରେ ଛାତ୍ର ଛାତ୍ରୀ, ଏନ. ସି. ସି. କ୍ୟାଡେଟ, କ୍ରୀଡାବିତ୍, ପୋଲିସ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସାଧାରଣ ଲୋକେ ଯୋଗ ଦେଇପାରିବେ। ଏହି ରାଲି ମୁଖ୍ୟତଃ ମୋଟର ସାଇକେଲ ରାଲି ହେବ। ଗଞ୍ଜାମ ଜିଲ୍ଲାର ସମସ୍ତ ଜିଲ୍ଲା ମହକୁମା, ଉପଖଣ୍ଡ, ବ୍ଲକ ମହକୁମାରେ ଏହି ରାଲିର ଆୟୋଜନ କରାଯିବ।
ବ୍ରହ୍ମପୁର ସହରରେ ମଟର ସାଇକେଲ ରାଲି ଆୟୋଜନ ହେବ। ଯେଉଁ ସ୍ଥାନରେ ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅନ୍ୟ ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିବେ, ସେମାନଙ୍କୁ ଏଥିରେ ସାମିଲ ହେବା ପାଇଁ ଅନୁରୋଧ କରାଯିବ।
ଅଂଶ ଗ୍ରହଣକାରୀ ମାନେ ତ୍ରିରଙ୍ଗା ପତାକା ଧରି ରାଲିରେ ଯିବେ।
ସାମାଜିକ ଗଣମାଧ୍ୟମରେ ଆଜିଠାରୁ ପ୍ରଚାର, ପ୍ରସାର କରାଯିବ। ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇ ଏହା ଆୟୋଜନ କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଏହି କାର୍ଯ୍ୟକ୍ରମର ବହୁଳ ପ୍ରଚାର ପ୍ରସାର କରିବା ନିମନ୍ତେ ସମସ୍ତ ଗଣମାଧ୍ୟମକୁ ଅନୁରୋଧ।
ଛତ୍ରପୁର ଠାରେ ପୁତୀଗୋପାଳପୁର ଠାରୁ ସକାଳ ୮ଘଟିକା ସମୟରେ ଏହା ବାହାରିବ।
ଜୟ ହିନ୍ଦ୍।
