ନୟାଗଡ, (ପ୍ରଭାକର ଶିରୋମଣି):- ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତଚାଚେରୀ ବିଜେ ପାଇଁ ପ୍ରସ୍ତୁତି ବୈଠକ କଣ୍ଟିଲୋ ନୀଳମାଧଵ ଜୀଉଙ୍କ ର ପାରମ୍ପରିକ ଚନ୍ଦନ ଉତ୍ସବ ଗତ ଅକ୍ଷୟ ତୃତୀୟା ତିଥି ଠାରୁ ଆରମ୍ଭr ହୋଇଛି ଓ ଏହି କାର୍ଯ୍ୟକ୍ରମ ୨୧ ଚାପ ଦିନ ଭଉଁରୀ ଉତ୍ସବ ଅବସରରେ ଉଦଯାପିତ ହେବ l ସୂଚନା ଯୋଗ୍ୟ, ସମଗ୍ର ଉତ୍କଳ ପ୍ରଦେଶରେ ବିଭିନ୍ନ ମନ୍ଦିର ମାନଙ୍କରେ ପାଳିତ ହୋଇ ଆସୁଥିବା ଚନ୍ଦନ ଯାତ୍ରା କଣ୍ଟିଲୋ ମନ୍ଦିର ରେ ଏକ ନିଆରା ପରମ୍ପରା ଦେଖା ଯାଇଥାଏ l ଶ୍ରୀ ନୀଳମାଧଵ ଜୀଉଙ୍କ ଚଳନ୍ତି ପ୍ରତିମା ଶ୍ରୀ ମଦନ ମୋହନ ଲକ୍ଷ୍ମୀ ସରସ୍ବତୀ ଓ ଶିବ ପାର୍ବତୀଙ୍କ ସହିତ ସୁ ସଜ୍ଜିତ ମଣି ବିମାନରେ ବିଜେ ହୋଇ ୧୧ ଦିନ ରାତି ଚାପ ପରେ ବାଟ ଭାଙ୍ଗି ୨୧ ଚାପ ପର୍ଯ୍ୟନ୍ତ ଗ୍ରାମ ପରିକ୍ରମା କରି ଚାଚେରୀ ଭୋଗ ଲାଗି ହୋଇଥାନ୍ତି l ସେହି ସମୟରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଶୁଖିଲା ଭୋଗ ଗ୍ରାମର ପ୍ରାୟ ୨ ହଜାର ପରିବାର ଙ୍କ ଦ୍ୱାର ମାନଙ୍କରେ ମନ୍ଦିର ପୂଜକ ମାନଙ୍କ ଦ୍ୱାରା ପୁଜାର୍ଚ୍ଚନା ସହ ଆଳତୀ କରାଯିବାର ପରମ୍ପରା ରହିଛି l ତେଣୁ ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ମନ୍ଦିର ଦାୟିତ୍ୱରେ ଥିବା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଖଣ୍ଡପଡା ତହସିଲଦାର ବିଶ୍ୱ ବିସ୍ତୃତ ତ୍ରିପାଠୀ ଙ୍କ ଆବାହକତ୍ବରେ କଣ୍ଟିଲୋ ଗ୍ରାମବାସୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ବୁଧବାର ଅନୁଷ୍ଠିତ ହୋଇଥିଲା ଓ ଏହି ଅବସରରେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ,ଅତିରିକ୍ତ ତହସିଲଦାର ସୌମେଶ ରଣ ବିଜୁଳି, କଣ୍ଟିଲୋ ଜିଲ୍ଲା ପରିଷଦ ସଭ୍ୟା ଉଜ୍ଜଳ ମହାରଣା ଓ ସରପଞ୍ଚ, ଗ୍ରାମ ପଞ୍ଚାୟତ ସଭ୍ୟ , କଣ୍ଟିଲୋର ପ୍ରତ୍ୟେକ ସାହି ସଭାପତି ଓ ସମ୍ପାଦକ, ପୂଜକ ସଙ୍ଘ ସଭାପତି,ସମ୍ପାଦକ ଓ ପାଳିଆ ସେବାୟତ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l
