ବ୍ରହ୍ମପୁର,(ଏସ.ଏମ.ପି):- ଭାରତୀୟ ମଜଦୂର ସଙ୍ଘ (ଗଞ୍ଜାମ)ର ଜିଲ୍ଲା ସଭାପତି ଭବାନୀ ଭାଇ ଙ୍କ ଏକମାତ୍ର ପୁତ୍ର (ସାଙ୍କେତ) ର ଗତ ରାତ୍ରିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଦେହାନ୍ତ ହେବା ଅତି ହୃଦୟ ବିଦାରକ ଘଟଣା। ଏହି ଘଟଣା ବିଷୟରେ ଅବଗତ ହେବା ସଙ୍ଗେ ସଙ୍ଗେ ଆଜି ସକାଳୁ ମୁଁ ଭାଇଙ୍କ ଆପାର୍ଟମେଣ୍ଟ କୁ ଯାଇଥିଲି। ଏହି ଘଟଣାରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ସାଙ୍କେତ’ର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ପ୍ରଭୁ ଶ୍ରୀ ଜଗନ୍ନାଥ ଭବାନୀ ଭାଇ ଓ ଭାଉଜଙ୍କୁ ଏହି ଦୁଃଖ ସମୟରେ ସହାୟ ହୁଅନ୍ତୁ । ଓମ୍ ଶାନ୍ତି ।
