୧୮ ଗିରଫ,ଅସ୍ତ୍ରଶସ୍ତ୍ର ଜବତ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ଗଞ୍ଜାମ ପୋଲିସକୁ ବଡ ସଫଳତା ମିଳିଛି l ୧୭ଟି ବନ୍ଧୁକ ସମେତ ୧୮ ଗିରଫ,ଅସ୍ତ୍ରଶସ୍ତ୍ର ଜବତ୧୮ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି l ଦକ୍ଷିଣାଞ୍ଚଳ ଆଇ ଜି ନୀତି ଶେଖର ଗଣମାଧ୍ୟମକୁ ଏହା କହିଛନ୍ତି l ଗଞ୍ଜାମ ଏସ ପିଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ପୋଲିସ ଦଳ ଏମାନଙ୍କୁ ଗିରଫ କରିଛି l ସେହିଭଳି ବ୍ରହ୍ମପୂର୍ ପୋଲିସ ଜିଲ୍ଲାରେ ଆଗକୁ ଚଢାଉ ଜାରି ରହିବ l ବନ୍ଧୁକ କିଭଳି ଜିଲ୍ଲାକୁ ପ୍ରବେଶ କରୁଛି ଏହାର ତଦନ୍ତ ଆରମ୍ଭ କରାଯାଇଛି l ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ କାବୁ କରାଯିବ l ଗଞ୍ଜାମ ପୋଲିସ ଜିଲ୍ଲାରେ ଥିବା ଶେରଗଡ଼ ଥାନା ଅଞ୍ଚଳରୁ ୬ଜଣ, ଆସ୍କାରୁ ୪, କୋଟିନାଡ଼ାରୁ ୫, ପୋଲସରା ୧,ଚମlଖଣ୍ଡି ୧, ଓ ଭଞ୍ଜନଗରରୁ ୧ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l ଏମାନଙ୍କ ନାମରେ ପୂର୍ବରୁ ମାମଲା ରହିଛି l ସେହିଭଳି ଅଫୁଟା ଗୁଳି ଓ ମୋବାଇଲ ପୋଲିସ ଜବତ କରିଛି l

Smart Computer Ad
You might also like
error: Content is protected !!