ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ଅଭିଯାନ ର ଶୁଭାରମ୍ଭ

ରଙ୍ଗେଈଲୁଣ୍ଡା,(ସଞ୍ଜୟ ଦାଶ):- ଜାତୀୟ କଂଗ୍ରେସ କମିଟିର ଆହ୍ବାନ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କ ଡାକରାର ସାରା ଦେଶରେ ଆରମ୍ଭ କରାଯାଇଥିବା ସମ୍ବିଧାନ ବଞ୍ଚାଅ ଅଭିଯାନ ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ରଣ୍ଢା ପଞ୍ଚାୟତ ରୁ ପିସିସି ସଭ୍ୟ ଡ଼ ଶମ୍ଭୁ ପାଣିଗ୍ରାହୀ ଙ୍କ ଅଧକ୍ଷତାରେ ଆରମ୍ଭ ହୋଇଯାଇଛି। ଏହି ଅବସରରେ ରଣ୍ଢା ସ୍ଥିତ ଠାକୁରାଣୀ ମନ୍ଦିର ପରିସରରେ ଏକ ସଭାର ଆୟୋଜନ ସହ ସମ୍ବିଧାନ ନ ରହିଲେ ଦେଶ ବଞ୍ଚି ବନି, ସମ୍ବିଧାନ କୁ ମାଡ଼ି ମକଚି ତଳିତଳାନ୍ତ କରିବା ପାଇଁ ବିଜେପି ଯେପରି ଚେଷ୍ଟା ଚଳଇଛି ତାକୁ କଂଗ୍ରେସ ପକ୍ଷରୁ ବିରୋଧ କରିବା ସହ ରାହୁଲ ଗାନ୍ଧିଙ୍କ ହାତମୁଠାରେ ଟାଣ କରିବା ପାଇଁ ଏହି ଅଭିଯାନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ଡ଼ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ।ଜାତି ଭିତ୍ତିକ ଜନଗଣନା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହି ଆସୁଥିବା ବେଳେ ବିଜେପି ସରକାର ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଥିବାରୁ କଂଗ୍ରେସ ପକ୍ଷରୁ ଏହାକୁ ସ୍ବାଗତ କରିବା ରାହୁଲ୍ ଗାନ୍ଧୀ ଙ୍କୁ ଧନ୍ୟବାଦ ବୋଲି ଡ଼ ପାଣିଗ୍ରାହୀ ମତପୋଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୁନା ବିଷୋୟୀ ପ୍ରଶାନ୍ତ ସାହୁ, ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ।

Smart Computer Ad
You might also like
error: Content is protected !!