ମୋହନା ଯୋର୍ଣାଲିଷ୍ଟ ୟୁନୀୟନ ଓ ଏକତା ସଂସ୍ଥା ମଧ୍ୟରେ ବାଲ୍ୟ ବିବାହ ମୁକ୍ତ ଭାରତ ଉପରେ ଆଲୋଚନା ହୋଇ ଯାଇଛି।

ଆର,ଉଦୟଗିରି(ମନୋଜ କୁମାର ପାଢୀ):-

ଆଜି ଦିନ ୨ ଘଣ୍ଟ ସମୟରେ ମୋହନା ରେ ଏକତା ସଂସ୍ଥା ଓ ମୋହନା ଯୋର୍ଣାଲିଷ୍ଟ ୟୁନୀୟନ ଙ୍କ ମଧ୍ୟାରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ମାଧ୍ୟମରେ ଆଲୋଚନା କରାଯାଇଥିଲା। ମୋହନା ବ୍ଲକ ରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ନଥିବା ହେତୁ ପ୍ରଶାସନ ର କୌଣସି ତତ୍ପରତା ନଜର ଆସୁନାହିଁ। ବାଲ୍ୟ ବିବାହ କରିବା ଦ୍ୱାରା କଣ କ୍ଷତି ହୋଇଥାଏ ତାହା ଲୋକଙ୍କ ପାଖକୁ ଯାଇ କିପରି ସଚେତନ କରାଯାଇ ପାରିବ ଓ ଲୋକେ କେତେ ସଚେତନ ହୋଇ ପାରିବେ ତାହା ସାମ୍ବାଦିକ ଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା। ଯାହା ଫଳରେ ଆଗାମୀ ଦିନରେ କିଭଳି ଲୋକେ ବାଲ୍ୟ ବିବାହ କୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା। ବୈଠକ ରେ ମୋହନ୍ ଯୋର୍ଣାଲିଷ୍ଟ ୟୁନୀୟନ ସଭାପତି ଅଶ୍ଵିନ କୁମାର ପାତ୍ର, ସମ୍ପାଦକ ମିହିର ରଞ୍ଜନ ଜତି ଙ୍କ ସହ ସମସ୍ତ ସାମ୍ବାଦିକ ଯୋଗ ଦେଇଥିବା ବେଳେ ଏକତା ସଂସ୍ଥା ପକ୍ଷରୁ ଅନିତା ନାୟକ ଙ୍କ ସହ କର୍ମଚାରୀ ମାନେ ଯୋଗ ଦେଇଥିଲେ।

You might also like
error: Content is protected !!