ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଗସ୍ତରେ ଆସିଥିଲେ l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମା ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିଛନ୍ତି l ଅସ୍ଥାୟୀ ମଣ୍ଡପରେ ମାଙ୍କୁ ଦର୍ଶନ ପୂର୍ବକ ପୂଜା ଅର୍ଚ୍ଚନା କରିଥିଲେ l ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା l ସେତେବେଳେ ସୁରକ୍ଷା ଢିଲା ଥିଲାକି ବୋଲି ସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳିଛି l ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବାଘ ବେଶ ଦେଖିଥିଲେ l ବ୍ରହ୍ମପୁର ସାଂସଦ ଡ ପ୍ରଦୀପ ପାଣିଗ୍ରାହୀ, ବିଧାୟକ ଅନୀଲ କୁମାରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l