ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ମାତା ମାଳତୀ ମଲ୍ଲିକଙ୍କ ଦ୍ବାଦଶାହ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):-

ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ମାତା ମାଳତୀ ମଲ୍ଲିକଙ୍କ ଦ୍ବାଦଶାହ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋକୁଳାନନ୍ଦଙ୍କ ପୈତୃକ ଗ୍ରାମ ବୁଗୁଡ଼ା ବ୍ଲକର ଘୋଳପୁର ଗ୍ରାମସ୍ଥ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦ୍ବାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ l ମୁଖ୍ୟମନ୍ତ୍ରୀ ମୋହନ ଚରଣ ଆଜି ଅପରାହ୍ନରେ ହେଲିକେପ୍ଟର ଯୋଗେ ଆସି ଘୋଳପୁର ଗ୍ରାମରେ ହୋଇଥିବା ଅସ୍ଥାୟୀ ହ୍ୟାଲିପ୍ୟାଡ଼ରେ ଅବତରଣ କରିଥିଲେ l ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ହେଲିପ୍ୟାଡ଼୍ ନିକଟରୁ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ l ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଜନସାଧାରଣ ଉଭୟ ପାର୍ଶ୍ଵରେ ଅପେକ୍ଷା କରିଥିଲେ l ଏହି ଦ୍ବାଦଶାହ କାର୍ଯ୍ୟକ୍ରମରେ ମନ୍ତ୍ରୀ ବିଭୁତି ଜେନା, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ନୀଳମଣି ବିଷୋୟୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବୁଗୁଡ଼ା ବ୍ଲକ ଅଧକ୍ଷା କେ. ପ୍ରିୟ ଦର୍ଶନୀ ଅଚାରୀଙ୍କ ସମେତ ବହୁ ନେତା, କର୍ମୀ ଓ ଜନସାଧାରଣ ଯୋଗ ଦେଇଥିଲେ l ମୁଖ୍ୟମନ୍ତ୍ରୀ ପ୍ରାୟ ଦୁଇ ଘଣ୍ଟା ସମୟ ବିତାଇବା ପରେ ଅପରାହ୍ନ ୫ଟାରେ ଫେରିଯାଇଥିଲେ l ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ l

You might also like
error: Content is protected !!