କୃଷ୍ଣ ଚନ୍ଦ୍ର ଗଜପତି ସ୍ମୃତି ପରିଷଦ ଏବଂ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ଜୟନ୍ତୀ ସମାରୋହ।

ବ୍ରହ୍ମପୁର,(ବିଚିତ୍ର ସାହୁ)- ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ 134ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ଇଂଜିନିୟରିଂ ସ୍କୁଲ ଛକସ୍ଥିତ ରେଭେନ୍ୟୁୟ ଡାକବଙ୍ଗଳା ଠାରେ ସ୍ମୃତି ପରିଷଦ ଏବଂ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଯାଇଛି।
ସଭାପତିତ୍ୱରେ ଅନୁଷ୍ଠିତ ଏଇ ଜୟନ୍ତୀ ସମାରୋହ ରୋ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୂଳପତି ତଥା ରଜନୀତି ସମୀକ୍ଷକ ଜୟନ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ କୃଷ୍ଣଚନ୍ଦ୍ର ଚନ୍ଦ୍ର ଗଜପତିଙ୍କ ସ୍ୱତନ୍ତ୍ର ଓଡ଼ିଶା ଗଠନ ଓ ଓଡିଆ ଭାଷା ସୁରକ୍ଷାରେ ଅବଦାନ ବିଷୟ ଉପରେ ବକ୍ତବ୍ୟ ରଖିଥିଲେ। ସ୍ମୃତି ପରିଷଦର ସଭାପତି ତଥା ସଂସ୍କୃତି ଗବେଷକ ଡଃ ବାୟାମନୁ ଚର୍ଚ୍ଚିଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଏଇ ଉତ୍ସବରେ ମୁଖ୍ଯ ବକ୍ତା ରୂପେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ରାଜନୀତି ବିଜ୍ଞାନର ପ୍ରଫେସର ସୁସାହିତ୍ୟିକ ଡଃ ବିଷ୍ଣୁ ଚରଣ ଚୌଧୁରୀ ଯୋଗଦେଇ ଅନ୍ୟ ରାଜ୍ୟରେ ଲୋକ ମାନଙ୍କ ଭାଷା ପ୍ରୀତି ଏବଂ ଓଡ଼ିଶାବାସୀଙ୍କ ଭାଷା ପ୍ରୀତି ଉପରେ ସମାଲୋଚନା କରିଥିଲେ।ଖଣ୍ଡ ବିଖଣ୍ଡିତ ଓଡିଶାର ଏକତ୍ରି କରଣରେ ମହାରାଜାଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।ନେତୃତ୍ୱ ଅଭାବ ସମୟରେ ମହାରାଜାଙ୍କ ସ୍ବାଭିମାନ ଭରା ନେତୃତ୍ବ ଯୋଗୁଁ ଭାଷା ଭିତ୍ତିରେ ଓଡିଶା ସ୍ବତନ୍ତ୍ର ପ୍ରଦେଶ ରୂପେ ଘୋଷିତ ହେଲା।ତାଙ୍କର ଉତ୍ସର୍ଗୀକୃତ ଜୀବନ, ମୂଲ୍ଯ ଭିତ୍ତିକ ରାଜନୀତି, ନାରୀ ଶିକ୍ଷା ଏବଂ ସଂସ୍କୃତ ଶିକ୍ଷାର ପ୍ରସାର ଉପରେ ତାଙ୍କର ଅବଦାନ ସ୍ମରଣ କରିଥିଲେ।
ସମ୍ମାନିତ ବକ୍ତା ରୂପେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ ଉପ ନିର୍ଦ୍ଦେଶକ ବିଶିଷ୍ଟ ସାହିତ୍ୟିକ ଡଃ କୁଳମଣି ଓଝା ଯୋଗଦେଇ ଉତ୍କଳ ସ୍ବତନ୍ତ୍ର ପ୍ରଦେଶ ଗଠନରେ ପୂଣ୍ଯଶ୍ଳୋକ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଏବଂ ଓଡିଆ ଭାଷା ସୁରକ୍ଷାରେ ତାଙ୍କର ବଳିଷ୍ଠ ଯୁକ୍ତି ଉପରେ ମତ ପ୍ରଦାନ କରିଥିଲେ।ବର୍ଷିଆନ୍ କବି ବାଗ୍ମି କୃଷ୍ଣଚନ୍ଦ୍ର ତ୍ରିପାଠୀ ମଧ୍ଯ ଯୋଗଦେଇ ଉଦ୍ବୋଧନ ଦେଇ ଥିଲେ।ନବୀନ ପାଠାଗାର ଓ ସାହିତ୍ଯ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ କାମରାଜୁ ମହାରଣା ଅତିଥିମାନଙ୍କୁ ଆହ୍ବାନ କରିଥିବା ବେଳେ ନବୀନର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ ସ୍ଵାଗତ ଭାଷଣ ଦେଇ ଉତ୍ସବର ବିବରଣୀ ପ୍ରଦାନ କରିଥିଲେ।ଏହି ଉତ୍ସବକୁ ନବୀନ ସାହିତ୍ଯ ପ୍ରତିଷ୍ଠାନର ସଂପାଦକ ସୁସାନ୍ତ କର ,ସାମ୍ବାଦିକ ରଂଜନ କୁମାର ସାହୁ,ପବିତ୍ର କୁମାର ସାହୁଙ୍କ ସମେତ ଗଂଜାମ ବିକାଶ ପରିଷଦର ସଭାପତି ରାଜେନ୍ଦ୍ର କୁମାର ପଣ୍ଡା, ଅବନୀ ଗୟା, ଶିକ୍ଷକ ନେତା ଶ୍ଯାମସୁନ୍ଦର ଖାଡ଼ଙ୍ଗା,ଶିକ୍ଷକ ମହାସଂଘ ସଂପାଦକ ଅଶୋକ କୁମାର ଦଳାଇ, ଜ୍ଯୋତ୍ସ୍ନା ରାଣୀ ଦେବୀ,ପ୍ରମୋଦ କୁମାର ପଣ୍ଡା,ଡଃ ଶଙ୍କର ମାଝୀ,ଡଃ ସୁବ୍ରତ କୁମାର ସାହୁ, କାହ୍ନୁଚରଣ ପଣ୍ଡା,ଅଳକା ସାହୁ, ମାନସ ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।ଶେଷରେ ପରିଷଦର ସମ୍ପାଦକ କିଶୋର କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।