ନବ ଓଡ଼ିଶା ଗଠନରେ ବିନ୍ଧାଣି ଥିଲେ କୃଷ୍ଣଚନ୍ଦ୍ର

ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ) :- ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଅଗ୍ରଦୂତ ଥିଲେ। ନବ ଓଡ଼ିଶା ଗଠନରେ ସେ ଥିଲେ କାରିଗର l ତାଙ୍କର ନିରନ୍ତର ଉଦ୍ୟମ ଯୋଗୁଁ ଦେଶର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଓଡ଼ିଶା ଗଠନ ହୋଇଥିଲା। ଦୁଇଥର ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ କ୍ଷମତା ମୋହ ତାଙ୍କୁ ଗ୍ରାସ କରିନଥିଲା l ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ 133 ତମ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ରାଜ୍ଯ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହା କହିଛନ୍ତି। ଆଜି ଗୋଳନ୍ଥରା ଚଟି ଛକ ବନ୍ଦେ ମାତରମ୍ ଆଶ୍ରମରେ ଅୟୋଜିତ ଏକ ବୁଦ୍ଧିଜିବୀ ସମ୍ମିଳନୀରେ ଯୋଗ ଦେଇ ମନ୍ତ୍ରୀ ଜେନା କହିଛନ୍ତି ଯେ ଗଜପତି ମହାରାଜାଙ୍କ ଅପୂରଣୀୟ କାର୍ଯ୍ୟକୁ ପୂରଣ କରିବା ଦିଗରେ ଯୁବ ସମାଜ ବ୍ରତୀ ହେବାକୁ ଆହ୍ଵାନ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ଅଜିତ କୁମାର ସାହୁ ଏହାକୁ ସଂଯୋଜନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପ୍ରୋଫେସର ବିଷ୍ନୁ ଚରଣ ଚୌଧୁରୀ, ଡ. ଅନନ୍ତରାମ କର, ପ୍ରୋଫେସର ପ୍ରଫୁଲ୍ଲ ମହାନ୍ତି, ଗବେଷକ ଦଣ୍ଡପାଣି ମହାପାତ୍ର, ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଅତିଥି ଗଜପତି ମହାରାଜାଙ୍କ ସଂଗ୍ରାମ, ଓ ରାଷ୍ଟ୍ର ଭକ୍ତି ବର୍ଣ୍ଣନା କରିଥିଲେ। ବୁଦ୍ଧିଜୀବୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରାଜ୍ଯ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ଧନ୍ୟବାଦ ଦେଇଥିଲେ।