ଆତଙ୍କବାଦୀ ଆକ୍ରମଣରେ ମୃତ ପର୍ଯ୍ୟଟକ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମୋହନା ଜୋର୍ଣ୍ଣୋଲିଷ୍ଟ ୟୁନିଅନ ସହଯୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା ।

ଆତଙ୍କବାଦୀ ଆକ୍ରମଣରେ ମୃତ ପର୍ଯ୍ୟଟକ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମୋହନା ଜୋର୍ଣ୍ଣୋଲିଷ୍ଟ ୟୁନିଅନ ସହଯୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା ।

ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ଜାମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖ ମଙ୍ଗଳବାର ଦିନ ପଡୋଶୀ ଦେଶ ପାକିସ୍ତାନର ପ୍ରୋତ୍ସାହନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ରୁ ଉର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ମୃତ୍ୟୁ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଆଜି ସନ୍ଧ୍ୟାରେ ସ୍ଥାନୀୟ ମୋହନା ଜୋର୍ଣ୍ଣୋଲିଷ୍ଟ ୟୁନିଅନ ପକ୍ଷରୁ ନୀରବ ପ୍ରାର୍ଥନା ସହ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ମୋହନା ହାଇସ୍କୁଲ ଛକ ଠାରୁ ଥାନା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ନିରବ ଶୋଭାଯାତ୍ରା ରେ ସରକାରୀ କର୍ମଚାରୀ, ଓକିଲ ସଂଘ, ସ୍ଥାନୀୟ ବ୍ୟବସାୟୀ, ସାମ୍ୱାଦିକ, ବୁଦ୍ଧିଜୀବୀ, ଛୋଟ ଛୋଟ ଛାତ୍ର ଙ୍କ ସମେତ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଜନସାଧାରଣ ଭାରତୀୟ ହିସାବରେ ଏକତ୍ରିତ ହୋଇ ପାକିସ୍ତାନ ବିରୋଧୀ ସ୍ଲୋଗାନ ଦେଇ ଆତଙ୍କବାଦୀ ଦ୍ଵାରା ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କ ଆମର ଆତ୍ମା ର ଶାନ୍ତି ନିମନ୍ତେ ପ୍ରାର୍ଥନା କରିବା ସହ ସେମାନଙ୍କ ପରିବାରକୁ ଈଶ୍ୱର ଅସୀମ ଶକ୍ତି ଦିଅନ୍ତୁ ବୋଲି ମିଳିତ ହୋଇ ପ୍ରାର୍ଥନା କରିଥିଲେ। ଏହି ଶୋଭାଯାତ୍ରା ରେ ମୋହନା ରେଞ୍ଜର ଲକ୍ଷ୍ମୀ ପ୍ରସାଦ ବିଷୋୟୀ, ହାଇସ୍କୁଲ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କର, ଥାନା ଅଧିକାରୀ ପ୍ରତାପ ବେହେରା,ଓକିଲ ସଂଘ ଉପ ସଭାପତି ସିମାଞ୍ଚଳ କାର୍ଜି, ସଙ୍ଗ ଆଇନ ପରାମର୍ଶଦାତା ସନ୍ତୋଷ କୁମାର ପାଢ଼ୀ, ସାମ୍ବାଦିକ ସଘଂର କର୍ମକତା ମାନଙ୍କ ସମେତ ପ୍ରମୁଖ ବ୍ୟକ୍ତି ବିଶେଷ ଏହି ଶୋଭାଯାତ୍ରା ରେ ଯୋଗଦେଇ ଥିଲେ। ଏହି ଅବସରରେ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣର ଦୃଢ ନିନ୍ଦା ଓ ପ୍ରତିବାଦ କରାଯିବା ସହ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା।

You might also like
error: Content is protected !!