ପାଞ୍ଚଗାଁ ରୁ ନାବାଳକ ଅପହରଣ 7 ଅଭିଯୁକ୍ତ ଗିରଫ

ପାଞ୍ଚଗାଁ ରୁ ନାବାଳକ ଅପହରଣ 7 ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ଜଟଣୀ ବ୍ଲକ ପାଞ୍ଚଗାଁ ରୁ ଆର୍ତ୍ତ ରଞ୍ଜନ କାଳିଆ ନାମକ ଜଣେ ବ୍ୟକ୍ତିଙ୍କର ନାବାଳକ ଶିଶୁ ପୁତ୍ର ସ୍କୁଲରୁ ଫେରିବା ସମୟରେ ଦୁର୍ବୁତ୍ତ ମାନେ ଏକ କାର ଯୋଗେ ଅପହରଣ କରି ନେଇଥିଲେ । ଅପହରଣ ପରେ ନାବାଳକର ମା ଙ୍କୁ ଫୋନ କରି ପୁଅର ମୁଣ୍ଡ ଜାମିନ ରଖି ଟଙ୍କା ମାଗିଥିଲେ । ତା ସହ ଧମକ ଦେଇଥିଲେ କି ପୋଲିସକୁ ଖବର ଦେଲେ ପୁଅକୁ ମାରିଦେବୁ । ସେହି ସମୟରେ ପାଖ ପଡୋଶୀ ବାସୁନି ନାମକ ଜଣେ ଯୁବକ ନାବାଳକର ମା ଙ୍କୁ ଖବର ଦେଇଥିଲେ କି ତୁମ ପୁଅକୁ କିଛି ଲୋକ ଉଠାଇ ନେଇଗଲେ । ତେବେ ଏତଲା ହେବା ପୂର୍ବରୁ ପୋଲିସ ପାଖରେ ଖବର ପହଞ୍ଚିବା କ୍ଷଣି ଏୟାର ଫିଲଡ ଥାନାଧିକାରୀ ଶଶିକାନ୍ତ ରାଉତ ତୁରନ୍ତ ଘଟଣାର ଛାନଭିନ କରିବା ସହ ଘଟଣାର ମାଷ୍ଟର ମାଇଣ୍ଡ ଶୁଭ୍ରକାନ୍ତ ମହାପାତ୍ର ଓରଫ ବାସୁନି କୁ ଉଠାଇ ଆଣି ସନ୍ଦେହରେ ପଚରାଉଚୁରା କରିଥିଲେ । ଅପହରଣକାରୀଙ୍କ ସୁରାକ ମିଳିବା ପରେ ଏୟାରଫିଲଡ ଥାନାଧିକାରୀଙ୍କ ଟିମ, ଜଟଣୀ ଥାନାଧିକାରୀ ଏବଂ ସ୍ପେଶାଲ ସ୍କ୍ୱାଡ ମିଳିତ ଭାବେ ନିରାକାରପୁର ଅଞ୍ଚଳରେ ଚଢ଼ାଉ କରି ନାବାଳକକୁ ଉଦ୍ଧାର କରିଥିଲେ । ତଦନ୍ତରୁ ଜଣା ପଡିଥିଲା କି, ଅପହୃତ ନାବାଳକର ବାପା ଅଳ୍ପ କିଛିଦିନ ପୂର୍ବରୁ ଏକ ଜମି ବିକ୍ରି କରି ଟଙ୍କା ରଖିଥିଲେ। ମୁଖ୍ୟ ଅଭିଯୁକ୍ତ ବାସୁନି ଏ ଖବର ଜାଣି ଟଙ୍କା ଲୋଭରେ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ଧରି ଅପହରଣର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା । ପୁରୀ ଜିଲ୍ଲା ଡେଲାଙ୍ଗ ନାବାଳକ ଅପହରଣ ଓ ହତ୍ୟା ମାମଲାକୁ ମାତ୍ର ସପ୍ତାହେ ପୁରିଥିବା ବେଳେ ଆଜି ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । କିନ୍ତୁ ଏୟାରଫିଲଡ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନାବାଳକଟି ସୁରକ୍ଷିତ ଭାବରେ ଉଦ୍ଧାର ହୋଇଥିଲା । ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ମାନେ ହେଲେ ନାବାଳକର ପଡୋଶୀ ପାଞ୍ଚଗାଁର ମାଷ୍ଟର ମାଇଣ୍ଡ ବାସୁନି, ନିରାକାରପୁର ଅଞ୍ଚଳର ଚିନ୍ମୟ ନାୟକ ଓ ସୁଜାତା ଜେନା, ଜଙ୍କିଆ ଅଞ୍ଚଳର ସନ୍ଦୀପ ରାଉତରାୟ, ରଣପୁର ଅଞ୍ଚଳର ସୋମନାଥ ଦାସ ଓ ନିବେଦିତା ଦାସ । ଘଟଣାରେ ୨ ନବ ବିବାହିତା ମହିଳାଙ୍କ ସମ୍ପୃକ୍ତିକୁ ନେଇ ଚାରିଆଡେ ବେଶ ଚର୍ଚ୍ଚା ଚାଲିଛି । ଅଭିଯୁକ୍ତ ମାନଙ୍କ ଠାରୁ ଏକ ବାଇକ, କାର, ୮ ଟି ମୋବାଇଲ ଜବତ କରାଯାଇଛି ।

You might also like
error: Content is protected !!