ଲିଫ୍ଟ ପାଇଁ କଣ୍ଟ୍ରୋଲ ରୁମ ଓ ଟ୍ରାନ୍ସ ଫର୍ମର ସ୍ଥାନ ଚିହ୍ନଟ 

ନୟାଗଡ,(ପ୍ରଭାକର ଶିରୋମଣି):-         ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ କ୍ଷେତ୍ର କଣ୍ଟିଲୋରେ ଚାଲିଥିବା ମନ୍ଦିର ବିକାଶ ପ୍ରକଳ୍ପ ଶେଷ ପର୍ଯ୍ୟାୟ ରେ ପହଁଚିଥିଲା ବେଳେ ଲିଫ୍ଟ ଚାଲୁ କରିବା ପାଇଁ ବିଜୁଳି ସଂଯୋଗ କରାଯାଇ ନାହିଁ ଫଳରେ ବୟସ୍କ ଯାତ୍ରୀମାନେ ମନ୍ଦିର ଉପରକୁ ଉଠିବାକୁ ଅସହାୟ ମଣୁଛନ୍ତି l ଏଥିପାଇଁ ବହୁ ଦାବି ପରେ ତୁରନ୍ତ ବିଜୁଳି ସଂଯୋଗ କରିବା ପାଇଁ ଓଡିଶା ସେତୁ ନିଗମ ( ଓ ଵି ସି ସି ) ବିଜୁଳି ବିଭାଗ ନିର୍ବାହୀ ଯନ୍ତ୍ରୀ ତଥା କନସୁଲାଣ୍ଟ  ଇଂ ସଂଜୀବ କୁମାର ତ୍ରିପାଠୀ ଏବଂ ଓଡିଶା ସେତୁ ନିର୍ମାଣ ନିଗମ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ମହାନ୍ତି ଶୁକ୍ରବାର କଣ୍ଟିଲୋ ଲିଫ୍ଟ ଅଞ୍ଚଳ ପରିଦର୍ଶନ କରି କଣ୍ଟ୍ରୋଲ ରୁମ ନିର୍ମାଣ ପାଇଁ ସ୍ଥାନ ସଂରକ୍ଷଣ କରିବା ସଙ୍ଗେ ସଙ୍ଗେ ବିଜୁଳି ବିଭାଗ ଟ୍ରାନ୍ସ ଫର୍ମର ସ୍ଥାନିତ କରିବା ପାଇଁ ଚିହ୍ନଟ ପ୍ରକ୍ରିୟା ଶେଷ କରିଥିଲେ l            ସୂଚନା ଯୋଗ୍ୟ ଯେ କଣ୍ଟିଲୋ ନୀଳମାଧଵ ମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ନିର୍ମାଣ ହୋଇଥିବା ଲିଫ୍ଟ କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ମାର୍ଚ୍ଚ ମାସ ୨୪ ତାରିଖରେ ମନ୍ଦିର ପରିଦର୍ଶନ ପୂର୍ବରୁ ଉନ୍ମୋଚନ  କରିଥିଲେ l ସେତେବେଳେ ଅସ୍ଥାୟୀ ଭାବରେ ବିଜୁଳି ସଂଯୋଗ କରାଯାଇଥିଲା l ତେଣୁ ସ୍ଥାୟୀ ବ୍ୟବସ୍ଥା କରାଯିବା ପାଇଁ ଓବିସିସି କର୍ତ୍ତ୍ତୃପକ୍ଷ ଖୁବ ଶୀଘ୍ର ବିଜୁଳି ସଂଯୋଗ କରି ଲିଫ୍ଟକୁ ସବୁଦିନ ପାଇଁ କାର୍ଯ୍ୟକ୍ଷମ କରିବେ ବୋଲି ଜଣାଯାଇଛି l ବିଜୁଳି ସଂଯୋଗ ସହିତ  କଣ୍ଟ୍ରୋଲ ରୁମ କାର୍ଯ୍ୟ ସମାପନ ପରେ ଓଵି ସି ସି ପକ୍ଷରୁ ଦେବୋତ୍ତର ବିଭାଗ କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳି ଥିବା ପ୍ରକାଶ l  ପରିଦର୍ଶନ ସମୟରେ ବଂଶଲ ଇନଫା କମ୍ପାନୀ ମନ୍ଦିର ବିକାଶ ପ୍ରକଳ୍ପ ପରିଚାଳକ ଇଂ ଭକ୍ତ ହରି ଜେନା ଓ ନୀଳମାଧଵ ପୂଜକ ସମାଜ ପୂର୍ବତନ ସମ୍ପାଦକ ନୀଳମାଧଵ ମିଶ୍ର ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l            

You might also like
error: Content is protected !!